ବୌଦ୍ଧ -କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବୌଦ୍ଧ ବ୍ଲକ୍ ରକ୍ସା ଗ୍ରାମ ପଂଚାୟତର କିରାସିରା ( ହାଟପଦା ), ରକ୍ସା ଗ୍ରାମ ଓ ତତସଂଲଗ୍ନ ଖଇରମାଲ୍ ଗ୍ରାମ ଠାରୁ 500 ମିଟର୍ ଦୂରତା ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଜଗ୍ନେଏଶ୍ବରୀ ମଲ୍ଲିକ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଏ ସମସ୍ତ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି | ଘରୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଏକାଠି ନ ହେବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି | ଆଜି ସକାଳ 8 ଘଣ୍ଟା ଠାରୁ କଣ୍ଟେନମେଣ୍ଟ ଜୋନ ଭାବରେ ଏ ସମସ୍ତ ଅଞ୍ଚଳକୁ ଆସନ୍ତା 27 ତାରିଖର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଜଣାପଡିଛି l