ରାଇକିଆ ପୋଲିସର ନିରୀହ ନାଗରିକ ଉପରେ ଅତ୍ୟାଚାର

କନ୍ଧମାଳ-କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସର ସାଧାରଣ ନୀରିହ ନାଗରିକ ଉପରେ ଅତ୍ୟାଚାର ଥମୁନି । ପୁଣି ଜଣେ ଅତ୍ୟାବଶ୍ୟକ ସାମଗ୍ରୀ ଓମଫେଡ଼ କ୍ଷୀର ଭ୍ୟାନ ଡ୍ରାଇଭରଙ୍କୁ ରାଇକିଆ ଥାନା ପୋଲିସ ମାଡ ମାରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇ ଚର୍ଚ୍ଚାକୁ ଆସିଛି । ରାଇକିଆ ଥାନାରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ରାଜେଶ ଶ୍ରୀ ଚନ୍ଦନ ଲାଠିରେ ଅତି ଅମାନୁଷିକ ଭାବେ ପିଟୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓଟି ୧୦ ଦିନ ତଳର ବୋଲି ଜଣାପଡ଼ିଛି । ଥାନା ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି । ଲକଡାଉନ ଓ ସଟଡାଉନର ଆଳ ଦେଖାଇ ପୋଲିସ ବିନା ଦୋଷରେ ସାଧାରଣ ଲୋକଙ୍କୁ ପିଟୁ ଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଥି ସହିତ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନେ ମଧ୍ୟ ରାଇକିଆ ପୋଲିସ କୁ ନିନ୍ଦା କରିବା ସହ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Comments (0)
Add Comment