ରାଇକିଆ,୯/୧୦: – ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବା ସକାଶେ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ରାଇକିଆ ବ୍ଲକ କଂଗ୍ରେସ ତରଫରୁ ରାଇକିଆ ବ୍ଲକ ର ୧୨ ଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରତି ଘରକୁ ଘର ବୁଲି ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା, ବସ୍ତି ବାସିନ୍ଦା ଓ ଗରିବ ଲୋକଙ୍କର ବାସହୀନର ବ୍ୟବସ୍ଥା ନେଇ ସମସ୍ୟା ବୁଝିବା ସହିତ ବିଜେଡି ସରକାରର ବହୁବର୍ଷର ମହାଦୁର୍ନୀତିର ଚିଠା, ବିଜେପିର ପ୍ରତିଶୃତି ଓ ପ୍ରତାରଣା ଏବଂ କଂଗ୍ରେସ ଶାସନର ଓଡିଶା ପ୍ରତି ଅବଦାନକୁ ନେଇ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଆଜି ରାଇକିଆ ବ୍ଲକ ଠାରେ ବହୁ କଂଗ୍ରେସ କର୍ମୀ ଏକାଠି ହୋଇ ଚୁନପଲି ଛକ ଠାରୁ ଆରମ୍ଭ କରି ବେରେଡାକିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ କଂଗ୍ରେସ କମିଟି ସଭାପତି କ୍ରିଷ୍ଣାପ୍ରିୟା ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ବିସ୍ମୟ ମହାପାତ୍ର, କଂଗ୍ରେସ ନେତା ପଞ୍ଚାନନ ଦିଗାଲ, ଜିଲ୍ଲା ପରିଷଦ ସତ୍ୟବାନ୍ ପାତ୍ର, ଜିଲ୍ଲା ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, କଂଗ୍ରେସ ଯୁବନେତା ଅଭିଷେକ ଦଳବେହେରା, ମନୋଜ ଦିଗାଲ, ଜିଲ୍ଲା କଂଗ୍ରେସ ସଭାପତି ବିରେନ୍ଦ୍ର ପ୍ରଧାନ, ଯଜ୍ଞସେନ୍ ପାତ୍ର, ବିଜୟ ସାହୁ , ଭାସ୍କର ପ୍ରଧାନଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।