ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ

ନୂଆଦିଲ୍ଲୀ ୦୯।୦୧: ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର କହିବାନୁଯାୟୀ, ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଭିନ୍ନ ଭିନ୍ନ ରହିବ। ସହରତଳି ବା ସବ୍‌-ଅର୍ବାନ୍‌ ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ଏବଂ ସିଜନ୍‌ ଟିକେଟ୍‌କୁ ଏଥିରୁ ଦୂରେଇ ବାଦ୍‌ ଦିଆଯାଇଛି। ବିକାଶ କରାଯାଇଥିବା ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ଏବଂ ସେହି ଷ୍ଟେସନରେ ଓହ୍ଲାଇଥିବା ଯାତ୍ରୀମାନଙ୍କଠାରୁ ଏହି ଶୁଳ୍କ ସଂଗ୍ରହ କରାଯିବ। ତଥାପି, କେଉଁ ଷ୍ଟେସନ ପାଇଁ ଏବଂ କେଉଁଠାରୁ ଏହା ପ୍ରଯୁଜ୍ୟ ହେବ ସେ ସମ୍ପର୍କରେ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ।

ନୂଆ ନିୟମାନୁଯାୟୀ, ରେଳ ଷ୍ଟେସନ ପାଇଁ ଯାତ୍ରୀମାନଙ୍କଠାରୁ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରାଯିବ। ଯାତ୍ରୀମାନଙ୍କୁ ଉଭୟ ଷ୍ଟେସନରୁ ବୋର୍ଡିଂ କିମ୍ବା ଡେବୋର୍ଡିଂରେ ଏସ୍‌ଡିଏଫ୍‌ ଚାର୍ଜ ଲାଗୁ କରାଯିବ। ଏହା ଟିକେଟ୍ ମହଙ୍ଗା ହୋଇ ଯାତ୍ରା ଟିକେଟ୍ ସହିତ ଯୋଡାଯିବ। ଏହି ପଦକ୍ଷେପ ରେଳବାଇକୁ ଅଧିକ ଷ୍ଟେସନର ପୁନଃବିକାଶ କରାଯିବା ପାଇଁ ଅର୍ଥ ସଂଗ୍ରହରେ ସାହାଯ୍ୟ କରିବା। ରେଳଯାତ୍ରା ନିମନ୍ତେ ସଂରକ୍ଷିତ ଟିକଟ କରୁଥିବା ଯାତ୍ରୀମାନଙ୍କୁ ୧୦ ଟଙ୍କା ଫି’ ଆକାରରେ ଦେୟ ଦେବାକୁ ପଡିବ।

Comments (0)
Add Comment