ପୁରୀ : ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା । ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରାରେ ବର୍ଷା ଲାଗି ରହିଛି । ଫଳରେ ଯାତାୟତ ଅସୁବିଧା ଭୋଗିଛନ୍ତି ପୁରୀ ସହରବାସୀ ଓ ପୁରୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଅନେକ ପର୍ଯ୍ୟଟକ ବୁଲାବୁଲି ନ କରି ପାରି ହୋଟେଲରେ ରହିଛନ୍ତି ।
ଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଛନ୍ତି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି ୨ ଦିନ ପ୍ରବଳ ବର୍ଷିବ । ପୁରୀ ଜିଲ୍ଲାରେ ମଧ୍ୟ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି ।