ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।  ଏଥି ପାଇଁ ଦୁଇଦିନ ଭିତରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨ ଦିନ ପ୍ରବଳ ବର୍ଷିବ। ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ। ଆଗାମୀ ୫ ଦିନ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ତାପମାତ୍ରା କମିଛି। କିନ୍ତୁ କାଳବୈଶାଖୀ ବର୍ଷା ଜାରି ରହିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଦୁଇ ଦିନ ଭିତରେ କେରଳ ଛୁଇଁବା ପରେ ଓଡ଼ିଶା ଅଗ୍ରସର ପାଇଁ ପାଗ ଅନୁକୂଳ ହେବ। ଆସନ୍ତା ୨୭ ତାରିଖ ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ। ପାଣିପାଗ ବିଭାଗ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଇଛି। ଲଘୁଚାପ ସୃଷ୍ଟି ହେବାର ୨ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ।

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ।ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ବାଟ ଫିଟିବ। ତେବେ ପାଗ ଅନୁକୂଳ ସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି। 

Comments (0)
Add Comment