ପୁରୀରେ ପ୍ରବଳ ବର୍ଷା, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ହେଲେ କଲବଲ

ପୁରୀ : ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ କଲବଲ ହେବାକୁ ପଡିଛି । ଭକ୍ତ ମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ବାଇଶି ପାହାଚରେ ପ୍ରବଳ ବର୍ଷା ଜଳ ଆସୁଥିବାରୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ବର୍ଷା ଛାଡିଯିବାରୁ ଭକ୍ତ ମାନେ ସୁରୁଖୁରୁରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

Comments (0)
Add Comment