ଅସରାଏ ବର୍ଷାରେ ୫-ଟି ସ୍କୁଲ ବେହାଲ

ହରଭଙ୍ଗା: ସରକାରଙ୍କ ୪୦ଲକ୍ଷ ଅଟକଳ ଅନୁଦାନରେ ତିଆରି ହେଉଥିବା ୫-ଟି ସ୍କୁଲର ଅବସ୍ଥା ଅସରାଏ ବର୍ଷାରେ ପାଣି ଜମିବା ଦେଖିବାକୁ ମିଳିଛି । ଘଟଣାଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟରେ । ସୂଚନା ମତେ ଏହି ସ୍କୁଲଟିକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିବା ପାଇଁ ୪୦ଲକ୍ଷ ଟଙ୍କା ସରକାରୀ ଅନୁଦାନ ଦିଆଯାଇଛି ଏବଂ କାମ ମଧ୍ୟ ଅଧାରୁ ଅଧିକ ସରିଯାଇଛି । କିନ୍ତୁ ଗତକାଲି ଟିକିଏ ବର୍ଷାରେ ସ୍କୁଲ ପରିସରରେ ତିଆରି ହୋଇଥିବା ରାସ୍ତାରେ ପାଣି ଜମି ରହୁଥିବାର ଦେଖିବାକୁ ମିଳିଛି ଏବଂ ଏକ ବଡ଼ ପୁରୁଣା କୃଷ୍ଣଚୁଡା ଗଛ ଉପୁଡି ପଡି ସ୍କୁଲ ଉପରେ ପଡିଛି । ପିଲା ପାଠ ପଢ଼ୁଥିବା ସମୟରେ ଗଛଟି ଏପରି ହୋଇଥିଲେ ପିଲାଙ୍କ ଅବସ୍ଥା କ’ଣ ହୋଇଥାନ୍ତା? ଏପଟେ ସରକାରୀ ଯନ୍ତ୍ରୀ ରାସ୍ତା ତିଆରି ସମୟରେ ତଦାରଖ କରିଥିଲେ କି ନା ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Comments (0)
Add Comment