ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଦାବି

ରେଢାଖୋଲ, ୨୪/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ୪ନଂ ୱାର୍ଡରେ ମାଟିଖୋଳା କାମ ଶୀଘ୍ର ଶେଷ ନକରି ପକାଇ ରଖୁଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାହେଲେ ଘରଭିତରକୁ ବର୍ଷାପାଣି ପଶୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଡ୍ରେନ ସବୁ ଠିକଭାବେ ସଫାନକରି ଉପର ଠାଉରିଆ ଭାବେ ସଫେଇ କାର୍ଯ୍ୟ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଫଳରେ ଅଳ୍ପ ବର୍ଷା ହେଲେ ଡ୍ରେନସବୁରେ ମଇଳା ଜମାହୋଇ ପାଣି ଘରଭିତରକୁ ପଶୁଥିବା ଦେଖିବାକୁ ମିଳୁଛି । ତେଣୁ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ବର୍ଷାଜଳ ନିଷ୍କାସନର ବ୍ୟବସ୍ଥ। କରିବାକୁ ଦାବି ହେଉଛି ।

Comments (0)
Add Comment