ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କଲେଜ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ୱର୍ଗତ ରାଜେଶ ଏବଂ ଲିଟୁଙ୍କ ପରିବାର ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ପାଗଲ ଟାଇଗର୍ସ ଏବଂ ପିଙ୍କ ଡ୍ରାଗନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପିଙ୍କ ଡ୍ରାଗନ୍ ଟିମ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୧୦ ଓଭରରେ ୮ ଉଇକେଟ ବିନିମୟରେ ୬୭ ରନ୍ କରିଥିବା ବେଳେ ପାଗଲ ଟାଇଗର୍ସ ଦଳ ୮.୪ ଓଭରରେ ୩ ଉଇକେଟ ବିନିମୟରେ ୬୮ ରନ କରି ବିଜୟୀ ହୋଇଥଲା । ଏହି ଫାଇନାଲ୍ ମ୍ୟାଚ ବିଜେତାକୁ ଟ୍ରଫି ସହ ୧୦,୦୦୦/- ଏବଂ ରନର୍ସକୁ ଟ୍ରଫି ସହ ୮୦୦୦/-ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଆର୍. ୟୁନାଇଟେଡ୍ ଫୁଲବାଣୀର ଆୟୋଜକ ଦଳ ତରଫରୁ ସୂଚନା ଦେଇଛନ୍ତି ।
ଉକ୍ତ ମ୍ୟାଚକୁ ସ୍ନେହାଶିଷ ହୋତା ଓ ଲକ୍ଷ୍ମୀନାରାୟଣ ସାହୁ ମ୍ୟାଚ୍ ପରିଚାଳକ (ଆମ୍ପାୟର)କରିଥିବା ବେଳେ ସ୍କୋରର ଭାବରେ ମହେଶ ମଲ୍ଲିକ ଓ ସୁମିତ ବେହେରା ପରିଚାଳନା କରିଥିଲେ । କମେଣ୍ଟ୍ରି ସୁରେଶ କୁମାର ପଣ୍ଡା କରିଥିଲେ । ସଂଗଠନର ଅନ୍ୟାନ୍ୟ ସଦସ୍ୟ ହେଲେ ଦିନେଶ ତିଆଡି, ରଜତ ଖମ୍ବାରି, ସୌମ୍ୟ ରଞ୍ଜନ ବେହେରା, ଦେବାଶିଷ ସାହୁ, ଆଶିଷ କୁମାର ସେଠୀ, ସ୍ନେହାଶିଷ ହୋତା, ସୁମିତ ବେହେରା, ସୁରେଶ କୁମାର ପଣ୍ଡା, ଅମନ ଜ୍ୟୋତି ପ୍ରଧାନ, ବିଶ୍ୱଜିତ, ପିଣ୍ଟୁ କଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସପ୍ତାହ ବ୍ୟାପୀ ଚାଲି ରହିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଫାଇନାଲ ମ୍ୟାଚରେ ରାଜେଶ ଏବଂ ଲିଟୁଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସଂଗଠନ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ ।