୧୭ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଗଣିଆ – (ହୀପ୍ର) ପ୍ରେମିକାକୁ ଧୋକା ଦେଇ ଅଡ଼ୁଆରେ ପଡ଼ିଲେ ଯୁବକ । ଏଭଳି ଘଟଣା ଘଟିଛି ଗଣିଆ ବ୍ଳକ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ । ୨୦୦୮ ମସିହାରେ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଦିଲ୍ଲୀପ ଖଟୁଆ ଜଣେ ଯୁବତୀକୁ ଭଲ ପାଉଥିଲେ । ଭଲ ପାଇବା ପରେ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ ।

ପରେ ଏ ଘଟଣା ଜଣା ପଡ଼ିବା ପରେ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଯୁବତୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହେବା ପରେ ନିଜ ବାପଘରେ ନ୍ୟାୟ ପାଇବା ଆଶାରେ ପଡିରହିଥିବା ବେଳେ ପ୍ରତାରକ ପ୍ରେମିକ ଜଣକ ଆଉ ଜଣକୁ ବାହା ହୋଇ ପୁରୁଣା ପ୍ରେମିକାକୁ ହତାଦର କରିଥିଲେ ।

ତେବେ ଏ ସମ୍ପର୍କରେ ଗ୍ରାମରେ ସଭା କରାଯାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା । ତେବେ ନ୍ୟାୟ ଅପେକ୍ଷାରେ ପୀଡ଼ିତା ଯୁବତୀ ଜଣକ ଥାନାରେ ମାମଲା ରୁଜୁ କରିବାରୁ ଦୀର୍ଘ ୧୭ ବର୍ଷ ହେବ ଉକ୍ତ ମାମଲାଟି ବିଚାରାଧୀନ ରହିଥିଲା । ତେବେ ଯୁବକ ଜଣକର ବାପାଙ୍କ ଦେହାନ୍ତ ହେବାରୁ, ସେ ଗାଁକୁ ଶୁଦ୍ଧିକ୍ରିୟା ପାଇଁ ଆସି ବଜାରକୁ ଲୁଗା କିଣିବାକୁ ଆସିଥିଲେ । ତେବେ ଏ ସମ୍ପର୍କରେ ଖବରପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଲୁଗା ଦୋକାନରେ ଚଢ଼ାଉ କରି ଯୁବକ ଜଣକୁ ଗିରଫ କରିଥିଲେ । ଆଜି ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ : କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

arrestbreaking newscrime newsodia newsodisha newstop news today
Comments (0)
Add Comment