ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା,ବାଲକିଦାଡି ଅଞ୍ଚଳରେ ଯୋର ସୋରରେ ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଏଥିରେ ଗଞ୍ଜାମ ଅଞ୍ଚଳର ସୋରଡା ବ୍ୟବସାୟୀ ମାଲାମାଲ ହେଉଥିବା ଶୁଣିବାକୁ ମିଳିଛି । ହେଲେ କଣ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ନା ସବୁ ଜାଣି ଶୁଣି ନଜାଣିଲା ପରି ଅଭିନୟ କରୁଛନ୍ତି ? ସବୁ ବେଳେ ଏତେ ମାତ୍ରାରେ ରସ କେଉଁଠୁ ବାହାରୁଛି ବୋଲି ମଧ୍ୟ ଅଭିଯୋଗ କରୁଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ । ଏହି ବ୍ୟବସାୟୀ ମାନେ ଖଜୁରୀ ଓ ସଲପ ରସ ନାଁରେ ଅନ୍ୟ କିଛି ରସାୟନିକ ପଦାର୍ଥ ମିଶାଇ ବିକ୍ରି କରୁନାହାନ୍ତି ତ ।ଏଥି ପ୍ରତି ପୋଲିସ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସର୍ବ ସାଧାରଣରେ ଦାବି ହୋଇଛି ।

Comments (0)
Add Comment