ସ୍ନାନଯାତ୍ର ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଡିଜିଙ୍କ ସମୀକ୍ଷା

ପୁରୀ: ଆଗାମୀ ସ୍ନାନଯାତ୍ର ଓ ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଭାବେ କରିବା ନେଇ ପୋଲିସ ଡିଜି ପୁରୀ ଠାରେ ଆଜି ସମୀକ୍ଷା କରିଅଛନ୍ତି। ବୈଠକରେ ଦେଶରେ ବର୍ତମାନର ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଶ୍ରୀମନ୍ଦିର ସୁରକ୍ଷା ସହ ରଥଯାତ୍ରା ସମୟରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା।ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଏହି ବୈଠକରର ଯୋଗଦାନ କରିଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା କରିବା ନେଇ ପୋଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇ ଥିବା ପୋଲିସ ଡିଜି ବୈଠକ ପରେ ସୂଚନା ଦେଇଛନ୍ତି। ଏଥର ରଥଯାତ୍ରା ରେ କଡା ସୁରକ୍ଷା ନେଇ କୋଷ୍ଟଗାର୍ଡ, ଭାରତୀୟ ନୌସେନା ର ସହଯୋଗ ନିଆଯିବ ସହ ସହରରେ ସିସିଟିଭି ଓ AI କ୍ୟାମେରା ଲଗାଯିବାକୁ ନିଷ୍ପତି ନିଆଯାଇଅଛି।ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ପୁରୀ ପୋଲିସ ବଡ଼ ଚ୍ୟାଲେଞ୍ଜ ରହିଥିବା ଡ଼ିଜି ମତ ରଖିଛନ୍ତି l ଶୃଙ୍ଖଳିତ ରଥଯାତ୍ରା ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ସହରରେ ସିସି କ୍ୟମେରା ଲଗାଯିବ ବୋଲି ନିଷ୍ପତି ନିଆଯାଇଛି l ବର୍ତ୍ତମାନର ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ର ସହଯୋଗ ଲୋଡ଼ାଯିବ l ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ସ୍ୱତ୍ରନ୍ତ୍ର AI ଟେକନଲୋଜି ବ୍ୟବହାର କରାଯିବା ସହ RPF ଓ ଅନାନ୍ୟ ସୁରକ୍ଷା ମାନଙ୍କୁ ନିୟୋଜିତ କରାଯିବ l ଏ ନେଇ ଆଜି ପୁରୀ ଏସପି କାର୍ଯ୍ୟାଳୟ ଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଥିବା ଡ଼ିଜି ସୂଚନା ଦେଇଛନ୍ତି l ସାଧାରଣତଃ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ କୁ ନଜର ରେ ରଖି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁବ୍ୟବସ୍ଥା ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯାଇଥିଲା l ଭୁବନେଶ୍ୱରରୁ ପୁରୀ ଆସୁଥିବା ଯାନ ବାହାନର ଚଳାଚଳର ସୁବ୍ୟବସ୍ଥା ସହ ବଡ଼ ଦାଣ୍ଡରେ ଭକ୍ତ ଭିଡ଼ ନିୟନ୍ତ୍ରଣ ସମେତ ଶୃଙ୍ଖଳିତ ରଥ ଟଣା କରାଇବା ନେଇ ସବିଶେଷ ଆଲୋଚନା ହୋଇଥିଲା l ସ୍ୱତ୍ରନ୍ତ୍ର ଭାବେ ଚଳିତ ବର୍ଷ ସୁରକ୍ଷା କୁ ଆଖି ଆଗରେ ରଖି କୋଷ୍ଟାଲ ସିକ୍ୟୁରିଟି କୁ ବ୍ୟାପକ କରାଯଇଥିବା ଡ଼ିଜି ମତ ରଖିଥିଲେ ତେବେ ଆଜି ବୈଠକ ପୂର୍ବରୁ ପୋଲିସ ଡ଼ିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବାବେଳେ ଶ୍ରୀମନ୍ଦିର ଓ ପୁରୀର ସୁରକ୍ଷା ନେଇ ଏକ ସ୍ୱତ୍ରନ୍ତ୍ର ବୁଲେଟ ପ୍ରୁଫ ରକ୍ଷକ ଗାଡି କୁ ଉଦ୍ଘାଟନ କରିଥିଲେ l
ଆଜି ବୈଠକରେ ରାଜ୍ୟ ପୋଲିସ ପ୍ରଶାସନର ବରିଷ୍ଟ ପଦାଧିକାରୀ ମାନେ ଯୋଗଦାନ କରିଥିବାବେଳେ ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା l

Comments (0)
Add Comment