ରାୟଗଡ,୨୨/୭: ରାଜ୍ୟ ସରକାରଙ୍କ ପକ୍ଷରୁ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ବିଭାଗର ଲୋଭୋଲ୍ଟେଜ ସମସ୍ୟାକୁ ପ୍ରତିବାଦ ସ୍ୱରୂପ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାପାଇଁ ରାୟଗଡ ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏକ ଜନ ଜାଗ୍ରତ କ୍ୟାଣ୍ଡେଲ ରାଲି କରାଯାଇଥିଲା । ରାୟଗଡ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରୁ ଗଜପତି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ରାଲି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଯୁବକମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନାରାବାଜି କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପପତି ନୀଳାଦ୍ରୀ ବିହାରୀ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା,ଜିଲ୍ଳା ଯୁବମୋର୍ଚ୍ଚା ସଂପାଦକ ଅମର ସାହୁ,ସାଧାରଣ ସଂପାଦକ ଶାନ୍ତୁନୁ ସୁବୁଦ୍ଧି,ଉପସଭାପତି ମଇନା ଆଚାର୍ଯ୍ୟ,ଅଭିଷେକ ପାଣିଗ୍ରାହୀ,ସାଗର,ଜଲେନ୍ଦ୍ର ଖୋସଲା,ଚିନୁ,ସୀମା ପାଣିଗ୍ରାହୀ ଏବଂ ଯୁବମୋର୍ଚ୍ଚାର ଅନ୍ୟ ସମସ୍ତ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।