ରାୟଗଡ ନଗରର ବିଭିନ୍ନ ସମସ୍ୟାକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର

ରାୟଗଡ,୯/୬: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଆଜି ରାୟଗଡ ପୈାର ପରିଷଦର ବିଭିନ୍ନ ସମସ୍ୟା ଓ ପାରଦର୍ଶିତାକୁ ନେଇ ଏକ ଦାବିପତ୍ର ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦଙ୍କୁ ପ୍ରଦାନ କରିଛନ୍ତି । ବିଗତ କିଛିମାସ ହେବ ପୈାରସଂସ୍ଥାର ଉନ୍ନୟନମୂଳକ କାର୍ଯ୍ୟଗୁଡିକ ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି । ରାୟଗଡ ନଗରରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟାରମ୍ଭ ପୂର୍ବରୁ ସେଠାରେ ଫଳକ ଲଗାଯିବା ସହ କାମ କରୁଥିବା ସମସ୍ତ ଶ୍ରମିକଙ୍କ ଲେବର କାର୍ଡ ଓ ବୀମା ଭଳି ଗୁରୁତ୍ୱ ପୂର୍ଣ୍ଣ କାଗଜଗୁଡିକୁ ତଦାରଖ କରିବା,ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଗରରେ ଥିବା ବସ୍ତି ଅଂଚଳଗୁଡିକରେ ନିିୟମିତ ସାନିଟାଇଜ ବ୍ୟବସ୍ଥା କରିବା ସହ ସଫା ନ ହୋଇ ପଡିରହିଥିବା ନାଳ ନର୍ଦ୍ଦମାଗୁଡିକୁ ବର୍ଷାଦିନ ପୂର୍ବରୁ ସଫେଇ କରିବା,ଜଳ ସଂରକ୍ଷଣ କରିବା ନିମନ୍ତେ ପୈାର ପରିଷଦ କେଉଁ ସ୍ଥାନରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ସାର୍ବଜନୀନ କରିବା ଏବଂ ଅଶୋକ କଲ୍ୟାଣ ମଣ୍ଡପ, ଜିସିଡି ପଡିଆ ଏବଂ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମତେ ସହରର ବିଭିନ୍ନ ସ୍ଥାନରେ ଉକ୍ତ ଯୋଜନା ଅନ୍ତର୍ଗତ କାର୍ଯ୍ୟ କରାଯାଉଅଛି ସେଗୁଡିକ ପାଇଁ ସ୍ଥାନ ନିର୍ଦ୍ଧାରଣ ନିମନ୍ତେ କଣ ପନ୍ଥା ରହିଛି ତାହା ମଧ୍ୟ ସାର୍ବଜନୀନ କରିବା ଏବଂ ଏଥିରେ ବସ୍ତି ଅଂଚଳକୁ ପ୍ରାଧାନ୍ୟ ଦିଆଗଲେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ଏବଂ ନଗରରେ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ନୀଳାଦ୍ରି ବିହାରୀ ପାତ୍ର, ଉମେଶ ଖୋସଲା, ଅଭିଷେକ ପାଣିଗ୍ରାହୀ, ହରିଶ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment