ପିଏମଏୱାଇ ଆବାସ ଯୋଜନାରେ ରାୟଗଡକୁ ୧୫ହଜାର ଘର ମଂଜୁରୀ କରାଯାଉ : ଭାଜପା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା

ରାୟଗଡ/୧୮/୬/୨୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାୟଗଡ ଜିଲ୍ଳାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ସହ ବିଭିନ୍ନ ଦାବି ନେଇ ରାୟଗଡ ନିର୍ବାଚନୀ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ମହାମାରୀ କରୋନା କାଳରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଘର ନିର୍ମାଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ସମୟରେ କେନ୍ଦ୍ର ସରକାରଙ୍କ କେନ୍ଦ୍ର୍ରୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଓଡିଶାରେ ୮.୧୭ଲକ୍ଷ ଘର ନିର୍ମାଣ ନିମନ୍ତେ ସହାୟତା ପ୍ରଦାନ କରିଛନ୍ତି । ତେବେ ରାଜ୍ୟର ସମଗ୍ର ଜିଲ୍ଳାରେ ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ପଂଚାୟତରାଜ ଓ ଜଳ ଯୋଗାଣ ବିଭାଗ କାର୍ଯ୍ୟାରମ୍ଭ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଜିଲ୍ଳା ଭାବେ ପରିଚିତ ରାୟଗଡ ଜିଲ୍ଳାକୁ ଏହି ଯୋଜନାରେ ସାମିଲ କରାଯାଇ ନଥିବାରୁ ଜିଲ୍ଳାର ଉନ୍ନତି କ୍ଷେତ୍ରରେ ଜାଣତରେ ତଥା ଅବହେଳା ଯୋଗୁଁ ଜିଲ୍ଳା ପ୍ରଶାସନ ଦ୍ୱାରା ଜିଲ୍ଳା ସାମିଲ ହୋଇପାରିନାହିଁ ବୋଲି ବସନ୍ତ ଉଲାକା ଅଭିଯୋଗ କରିଛନ୍ତି । ତେଣୁ ଏସଓପି ଗାଇଡଲାଇନ ଅନୁଯାୟୀ ଜିଲ୍ଳାରେ ସର୍ଭେ କରାଯାଇଥିବା ରିପୋର୍ଟ ଯୋଗାଇବା, ସର୍ଭେ ରିପୋର୍ଟ ସହ ନାକଚ ହେବାର କାରଣ,ପିଏମଏୱାଇ (ଗ୍ରାମୀଣ)ରେ ରାୟଗଡ ନିର୍ବାଚନୀ ମଣ୍ଡଳୀରେ ତାଲିକାରେ ନାମ ଥାଇ ବାଦ ପଡିଥିବା ହିତାଧିକାରୀଙ୍କ ତାଲିକା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ନକଲ କପି ଯୋଗାଇବା ସହ ପିଏମଏୱାଇ ଆବାସ+ ଯୋଜନାରେ ରାୟଗଡ ନିର୍ବାଚନୀ ମଣ୍ଡଳୀରେ ୧୫ହଜାର ଘର ମଂଜୁରୀ କରିବା ପାଇଁ ଦାବି କରିଥିବା ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାୟଗଡ ନଗର ସଭାପତି ଶ୍ୟାମ କୁମାର ଦାଶ,ଜିଲ୍ଳା ସ୍ଥ୍ରାୟୀ ନିମନ୍ତ୍ରୀତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡା,ନଗର ସଂପାଦକ ଅଜୟ କୁମାର ଚୁଲେଟ୍‌,ଜଗଦୀଶ ସୁନାରୀ,ଜିଲ୍ଳା ଏସ.ସି.ମୋର୍ଚ୍ଚା ସାଧାରଣ ସଂପାଦକ ଟି.ନାଗାରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment