ରାୟଗଡ,୧୧/୬- ମହାମାରୀ କରୋନା ସମୟରେ ରୋଜଗାର ନଥିବା ବେଳେ ଟିକସ ନାମରେ କେନ୍ଦ୍ରର ବିଜେପି ସରକାର ଗତ ୧୩ମାସ ମଧ୍ୟରେ ପେଟ୍ରୋଲ ଟ.୨୫.୭୨ପଇସା ଓ ଡିଜେଲ ଟ.୨୩.୯୩ପଇସା ଦରବୃଦ୍ଧି କରିଥିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ରାୟଗଡ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ନେତୃମଣ୍ଡଳୀ ସହ ସମସ୍ତ ନଗର ଓ ବ୍ଳକ କଂଗ୍ରେସ ସଭାପତିମାନେ ଏବଂ ଛାମୁଆ ସଂଗଠନର କର୍ମକର୍ତାମାନେ ସକାଳ ୭ ଘଣ୍ଟାରୁ ପୂର୍ବାହ୍ନ ୧୧ଟା ଯାଏଁ ସ୍ଥାନୀୟ ବାସୁଦେବ ହୋଟେଲ ନିକଟରେ ଥିବା ଠକ୍କର ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ କମିଟି ଉପସଭାପତି ସୁନୀଲ କୁମାର ପଣ୍ଡା,ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବ ନେତା ଆପଲସ୍ୱାମୀ କାଡ୍ରକା,ନଗର ସଭାପତି ଶଙ୍କର ମାଝି,ଭୂଷଣ ବିଡିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।