ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ମଞ୍ଜୁରୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାୟଗଡ ବିଜେଡି ପରିବାର,ପୈାରାଂଚଳବାସୀ ଓ କ୍ରୀଡାବିତ

ରାୟଗଡ/୧୨/୮: ରାୟଗଡ ସହରାଂଚଳ ସମେତ ଗୁଡାରୀ ଓ ଗୁଣପୁର ସହରାଂଚଳରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଗତ ସୋମବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ପ୍ରଦାନ କରିଥିଲେ । ଏହି ଅବସରରେ ଆଜି ରାୟଗଡ ସହରର ସ୍ଥାନୀୟ ହୋଟେଲ୍‌ କୈଳାସ ସମ୍ମିଳନୀ କକ୍ଷରେ ଜିଲ୍ଳା ବିଜୁ ଜନତା ଦଳ (ବିଜେଡି) ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ ବିଜୁ ଜନତା ଦଳ ପରିବାର ସହ ରାୟଗଡ ପୈାରାଂଚଳବାସୀ ଓ କ୍ରୀଡାବିତମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତିରକ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି ଏବଂ କ୍ରୀଡାବିତମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ ତଥା କ୍ରୀଡାର ବିକାଶକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରଚିତ ବହିର ଉନ୍ମୋଚନ କରାଯାଇଥିଲା । ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନଡୋର ଷ୍ଟାଡିୟମ ପାଇଁ ମଂଜୁରୀ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଯୁବବର୍ଗଙ୍କ ବ୍ୟକ୍ତିତ୍ୱରେ ବିକାଶ, ଅନ୍ତର୍ନିହିତ ଶକ୍ତିର ଉପଯୋଗ ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବାରେ କ୍ରୀଡା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ରାଜ୍ୟରେ ହକି ବିଶ୍ୱକପ୍‌ ସହିତ ଏକାଧିକ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ ହୋଇପାରିଥିବା ବେଳେ ରାଜ୍ୟର ଉଭୟ ଗ୍ରାମାଂଚଳ ଓ ସହାରାଂଚଳରେ କ୍ରୀଡା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କର ପ୍ରତିଭାର ଉପଯୁକ୍ତ ବିକାଶ ପାଇଁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ । ଏଥିସହ ରାୟଗଡ ପୈାରାଂଚଳରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୯କୋଟି ୫୫ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦନ କରିଥିବାରୁ ଏହାକୁ ବ୍ୟବହାର କରି ଜିଲ୍ଳାରେ ବିଭିିନ୍ନ କ୍ରୀଡାରେ ଖେଳାଳୀମାନେ ଉତ୍କର୍ଷ ହାସଲ କରିବାରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ରାୟଗଡ ପୈାରାଂଚଳରେ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଗତ ଜୁଲାଇ ମାସରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଳା ବିଜେଡି,ରାୟଗଡ ପୈାରାଂଚଳବାସୀ ତଥା କ୍ରୀଡାପ୍ରେମୀଙ୍କ ତରଫରୁ ଭିଡିଓ କନଫ୍‌ରେସିଙ୍ଗ ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଦୁଇଦିନ ତଳେ ସୋମବାର ଦିନ କ୍ୟାବିନେଟ୍‌ ବୈଠକରେ ନିଷ୍ପତି ନେବା ସହ ମଂଜୁରୀ ପ୍ରଦାନ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା,ରାଜ୍ୟ ଉପସଭାପତି ଚନ୍ଦ୍ରକାନ୍ତ ସାମଲ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା,ପୂର୍ବତନ ପୈାରପାଳିକା ଉପାଧ୍ୟକ୍ଷ ତଥା ଜିଲ୍ଳା କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ଡଃ.ନିରଂଜନ ବକ୍ସିପାତ୍ର ପ୍ରମୁଖ ମଂଚାସୀନ ହୋଇ ରାୟଗଡ ସହରାଂଚଳରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମଂଜୁରୀ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବିଜେଡି ନଗର ସଭାପତି ସତ୍ୟସୁନ୍ଦର ପାଢୀ,ଜିଲ୍ଳା ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗା,ବରିଷ୍ଠ କାର୍ଯ୍ୟକର୍ତା ବ୍ରଜସୁନ୍ଦର ନାୟକ,ବିନାୟକ କର,ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ଶ୍ରୀମତି ସୁଜାତା ପାଳ, ଜିଲ୍ଳା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି,ପୂର୍ବତନ ପୈାରାଧ୍ୟକ୍ଷା ଶ୍ରୀମତି ଭି.ଗୈାରୀ ଜୟନ୍ତି, ପୂର୍ବତନ କାଉନସିଲର ସୁଶ୍ରୀ ମଂଜୁଶ୍ରୀ ମୁର୍ଖାଜୀଙ୍କ ସମେତ ବିଜେଡିର ବହୁ କର୍ମୀ, କାର୍ଯ୍ୟକର୍ତା, ପୈାରାଂଚଳବାସୀ ଓ କ୍ରୀଡାବିତମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment