ରାୟଗଡ/୧୦/୮: ରାୟଗଡ ଟାଉନଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର ହୋଇଥିବାବେଳେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ଜଣେ ୧୬ବର୍ଷିୟ ନାବାଳିକା ଚଳିତ ମାସ ଗତ ୨ତାରିଖରେ ଘରେ କିଛି ନ ଜଣାଇ କେଉଁଆଡେ ଚାଲିଯାଇଥିବା ନେଇ ରାୟଗଡ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ରାୟଗଡ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଥାନାରେ କେସ ନମ୍ବର ୧୪୧/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ମାନସ କୁମାର ସାହୁ ତଦନ୍ତ ଆରମ୍ଭ କରିଥିଲେ । ନାବାଳିକା ବ୍ୟବହାର କରୁଥିବା ଫୋନକୁ ଟ୍ରାକ୍ କରାଯିବା ପରେ ଗାଡିଶେଷଖାଲ ଅଂଚଳରେ ରହୁଥିବା ନାବାଳିକାଙ୍କ ମାଉସୀ ଘରୁ ତାଙ୍କୁ ଗତକାଲି ଉଦ୍ଧାର କରାଯାଇଥିଲା । ଉଦ୍ଧାର ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପ୍ରେମ ସଂପର୍କକୁ ନେଇ ଏହା ପୂର୍ବରୁ ମଧ୍ୟ ନାବାଳିକା ଜଣଙ୍କ ନିଜ ପିଉସୀ ଘରକୁ ଚାଲିଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଏସଆଇ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।