ଗ୍ରୀଷ୍ଣକାଳୀନ ସହାୟତା ଦେବେ ରାଜ୍ୟ ସରକାର

ଭୁଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ବର୍ଗରେ ହିତାଧିକାରୀଙ୍କୁ ଗ୍ରୀଷ୍ଣକାଳୀନ ସହାୟତା ପ୍ରଦାନ କରିବେ । ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ଯୋଜନା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯିବ । ଏଥିରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଚଳିତ ମାସ ଶେଷ ସୁଦ୍ଧା ସବୁ ହିତାଧିକାରୀଙ୍କୁ ଏହି ଟଙ୍କା ବଣ୍ଟାଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ସୂଚନା ଦେଇଛନ୍ତି । ସେହିପରି କିନ୍ନରମାନଙ୍କୁ ସହଯୋଗ କରୁଥିବା ୧୧ଟି ଅନୁଷ୍ଠାନକୁ ୨କୋଟି ୫୦ଲକ୍ଷ, ଏସସିପିଡି(ଭିନ୍ନକ୍ଷମ ବ୍ୟକ୍ତି)ଙ୍କୁ ସ୍ୱତନ୍ତ୍ର ବିଦ୍ୟାଳୟ ଅଧିନରେ ୧୭୬୦ କୋଟି ପ୍ରଦାନ କରାଯିବ ।

Comments (0)
Add Comment