ରେଢାଖୋଲ ଅଞ୍ଚଳରେ ଚାଞ୍ଚଲ୍ୟ : ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା, ୩ନାବଳକ ସମେତ ୪ ଅଟକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ପୂର୍ବ ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ କରାଯାଇଛି ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଏହି ମାମଲାରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି । ଏମାନଙ୍କ ଭିତରେ ୩ ଜଣ ନାବାଳକ ଥିବାର ସୂଚନା ମିଳିଛି ।
ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା । ସେ ଜଣେ ବିଧବା ଥିଲେ ।ବର୍ଷକ ତଳେ ବନିତାଙ୍କର ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ସେ ଘରେ ତାଙ୍କର ଏକମାତ୍ର ପୁଅ (୯ବର୍ଷ) ସହିତ ଏକା ରହୁଥିଲେ । ତାଙ୍କ ତାଙ୍କର ଗୋଟିଏ ଝିଅ ଅଛନ୍ତି, ସେ ମାମୁଘରେ ରହି ପାଠ ପଢୁଛନ୍ତି । ମହିଳା ଜଣକ ଏକା ରହୁଥିଲେ । ସକାଳେ ଘଟଣା ଜଣାପଡିବା ପରେ ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି । ସେଥିରେ ୩ ନାବାଳକ ଥିବା ଜଣାପଡିଛି । ଅଟକଙ୍କ ମଧ୍ୟରେ ବାପା-ପୁଅ ଅଛନ୍ତି । ପୁଲିସ ଶବ ଜବତ କରିଛି । ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ତାର ପ୍ରକୃତ କାରଣ ଜଣାପଡିନି ।

Comments (0)
Add Comment