କ୍ରିଏଟିଭ ଆର୍ଟସ ପକ୍ଷରୁ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ଯୋଗାଇବା ନିମନ୍ତେ ଅନୁରୋଧ

ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ଆଜି ଗଜପତି ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରିଏଟିଭ ଆର୍ଟସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ସକାଶେ ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଦେଇ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ଦୀର୍ଘ ଦିନ ହେଲା ସଂସ୍କୃତି ଅଧିକାରୀ କିମ୍ବା କୌଣସି କର୍ମଚାରୀ ନାହାଁନ୍ତି । ଯଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ବିଳମ୍ବ ହେଉଛି । ଯଥାଶୀଘ୍ର ଜିଲ୍ଲାରେ ସଂସ୍କୃତି ଅଧିକାରୀ ପୂରଣ କରିବା ଓ ସଂସ୍କୃତି ଭବନ ନିର୍ମାଣ କରିବା ସକାଶେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଯଦ୍ୱାରା ଜିଲ୍ଲାରେ କଳା ସଂସ୍କୃତି ଉଦ୍ଜୀବିତ ହୋଇ ଦେଶ ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବେ । କଳାକାର ମାନଙ୍କୁ ସଂସ୍କୃତି ଭବନ ନଥିବାରୁ ବିଭିନ୍ନ ସଂ।ସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଦର୍ଶନ କରିବା ସକାଶେ ଅସୁବିଧା ସମ୍ମୁଖୀନ ହେଉଛି । ଏଥି ସକାଶେ ତୁରନ୍ତ ପଦକ୍ଷେପ ନେଲେ କଳାକାର ଓ ଜିଲ୍ଲାବାସୀ ଉପକୃତ ହୋଇପାରିବେ ।

Comments (0)
Add Comment