ଶାଗ ମାଛ ଦରରେ ବିକ୍ରି ହେଉଛି ଚାଷୀଙ୍କ ଧାନ,ଆନ୍ଧ୍ର ବେପାରୀ କିଣୁଛନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଚାଷୀମାନେ କିଛି ଦିନ ହେଲା ଶାଗ ମାଛ ଦରରେ ନିଜର ଧାନକୁ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁ ଥିବା ଦେଖିବାକୁ ମିଳିଛି । ୮୩କେଜି ଧାନକୁ ୧୦୪୦ ଟଙ୍କାରେ ବିକ୍ରି କରୁଥିବା ଶୁଣିବାକୁ ମିଳିଛି । ଏପଟେ ମଣ୍ଡି ଖୋଲା ହୋଇ ନଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ରକୁ ବିକ୍ରି କରିବା ସହ ନିଜର ରଖିବା ସକାଶେ ଜାଗା ଓ ଆଣି ଥିବା ଧାର କରଜକୁ ସୁଝିବାକୁ ବାଧ୍ୟ ହୋଇ ବିକ୍ରି କରୁ ଥିବାର ଜଣାପଡ଼ିଛି । ଏପଟେ ସମବାୟ ସମିତି ଜରିଆରେ ଚାଷୀ ଧାନ ଦେବା ସକାଶେ ଜମିର ପରିମାଣ ପଞ୍ଜିକୃତ କରାଯାଇଛି । କିନ୍ତୁ ଜମିର ପରିମାଣ ସଠିକ ପଞ୍ଜିକୃତ ହୋଇନଥିବା ଚାଷୀ ଅଭିଯୋଗ ହେଉଛି । ଚାଷୀଙ୍କୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯିବା ସହ ଆଣି ଥିବା ଋଣ ବି ସୁଝି ପାରୁ ନାହାଁନ୍ତି ।

ଚାଷୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଭାଗ ଚାଷୀକୁ ଜମି ଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏପଟେ ଚାଷୀ ବ୍ୟାଙ୍କରୁ ଆଣିଥିବା ଋଣ ସୁଝି ନ ପାରି ଚକ୍ର ମୂଳ ସୁଧ ହୋଇ ଋଣ ବଢୁଛି ଯାହା ଫଳରେ କ୍ଷୁଦ୍ର ଚାଷୀ ଚାପରେ ରହୁଛି ।

ପ୍ରକାଶ ଥାଉକି ଗତ ବର୍ଷ ଚାଷୀ ପ୍ରାଥମିକ ସମବାୟ ସମିତି ଜରିଆରେ ଧାନ ଦିଆଗଲା ପରେ ଚାଷୀଙ୍କୁ ମିଲରମାନେ ଧାନ ଭଲ ନାହିଁ କହି ବସ୍ତା ପିଛା ୩ରୁ ୪ କେଜି ଧାନ ଅଧିକା ନେବା ସହ ଅଖା, ସୁତୁଲୀ, ପରିବହନ ଖର୍ଚ୍ଚ ମଧ୍ୟ ଦେଉ ନଥିବାର ଅଭିଯୋଗ ହେଉଥିଲା । କିନ୍ତୁ ଚଳିତ ବର୍ଷ ପ୍ରାଥମିକ ସମବାୟ ସମିତି ଜରିଆରେ ପଞ୍ଜିକୃତ ଚାଷୀ ଧାନ ଦେବା ବେଳେ ଚାଷୀର ଯେଉଁ ସମସ୍ୟା ଗୁଡିକ ରହିଛି ତାହାର ସମାଧାନ କରାଗଲେ ଚାଷିକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

Rice are sold at the price of vegetablesଗଜପତି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଚାଷୀମାନେ କିଛି ଦିନ ହେଲାଶାଗ ମାଛ ଦରରେ ବିକ୍ରି ହେଉଛି ଚାଷୀଙ୍କ ଧାନ
Comments (0)
Add Comment