ଦେଶର ପ୍ରଥମ ଶିକ୍ଷିକା ମାତା ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଦିବସ ପାଳିତ

ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ମହିଳା ସଂଗଠିକା ଶ୍ରୀମତି ପାର୍ବତୀ ନାୟକଙ୍କ ନେତୃତ୍ୱରେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିବସ ଫୁଲବାଣୀ ସହରର ସଗଡିଆ ସାହି ଠାରେ ପାଳିତ ହୋଇଯାଇଛି । ଆଜିର ଦିନ ଅର୍ଥାତ ୩.୧-୧୮୩୧ ମସିହା ମହାରାଷ୍ଟ୍ରର ନଇଗାଁରେ ତାଙ୍କର ଜନ୍ମ ହୋଇଥିଲା । ଉକ୍ତ ଜନ୍ମ ଦିବସରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ତଥା ଜାଗ୍ରତ କନ୍ଧମାଳର ଉପଦେଷ୍ଟା ବ୍ରଜ ବିହାରୀ ନନ୍ଦ, ମିଡିଆ ଫୋରମର ସଭାପତି ସୁନିଲ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ, ସାମ୍ବାଦିକ ତଥା ଜାଗ୍ରତ କନ୍ଧମାଳର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଜାଗ୍ରତ କନ୍ଧମାଳ ଓଡିଶାର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଯୋଗଦେଇ ମାତା ସାବିତ୍ରୀ ବାଇଙ୍କ ଜୀବନ ବୃତାନ୍ତ ବିଷୟରେ ଆଲୋଚନା କରିଥିଲେ । ସାବିତ୍ରୀ ବାଇ ଫୁଲେ କିପରି ଦଳିତମାନଙ୍କ ବିଶେଷ କରି ନାରୀମାନଙ୍କ ନିମନ୍ତେ ନିଜକୁ ଉତ୍ସର୍ଗୀକୃତ କରି ନିଜେ ଶିକ୍ଷିତା ହେବା ସହିତ ଦେଶର ପ୍ରଥମ ଶିକ୍ଷିକା ଓ ସମାଜ ସଂସ୍କାରିକା ହୋଇଥିଲେ ତା’ରି ଉପରେ ମୁଖ୍ୟ ଅତିଥି ଆଲୋକପାତ କରି ତାଙ୍କରି ନୀତିରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ । ସେହିପରି ଶ୍ରୀ ବିଶ୍ୱାଳ ତାଙ୍କରି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷମୟ ଜୀବନ କିପରି ଅତିବାହିତ କରିଥିଲେ ସେ ନେଇ ବକ୍ତବ୍ୟ ରଖିଥିଲେ ଓ ନାରୀ ଶିକ୍ଷାର ପ୍ରଥମ ଅଧିକାରିଣୀ ଓ ସେ ପୂଜୀତ ହେବା କଥା ବୋଲି ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରମିଳା ମଲ୍ଲିକ, ପ୍ରମିଳା ନାୟକ, ରଞ୍ଜୁ ନାୟକ, ଗୀତା ନାୟକ, ସରସ୍ୱତୀ ନାୟକ, କୁମାରୀ ନାୟକ, ମାଳତୀ ନାୟକ, ଝୁନୁ ନାୟକ, ପଙ୍କଜ ନାୟକ ପ୍ରମୁଖ ସହଯୋଗ କରି ସୁଚାରୁ ରୂପେ କାର୍ଯ୍ୟ ସମାପନ କରିଥିଲେ ।

Comments (0)
Add Comment