ବର୍ଦ୍ଧିତ ଦରମା ନେଇ ମୁଖ୍ୟ ସଚେତକଙ୍କୁ ଭେଟିଲେ ସ୍ୱଚ୍ଛସାଥୀ ସଂଘ

ବୌଦ୍ଧ: ସ୍ୱଚ୍ଛସାଥୀଙ୍କ ବର୍ଦ୍ଧିତ ଦରମା ଲାଗୁ ହେଉନାହିଁ । ବୌଦ୍ଧ ଏନଏସିର ସ୍ୱଚ୍ଛ ସାଥୀ,ସୁପରଭାଇଜର ମାନେ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି । ଗତ ୨୦୧୮ ମସିହାରୁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ସତର ଗୋଟି ୱାର୍ଡରେ ଦଶ ଜଣ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଇନସେନଟିଭ ଭିତ୍ତିରେ ନିଯୁକ୍ତି ପାଇଥିଲେ । ମାସିକ ଚାରି ହଜାର ଟଙ୍କା ପାଉଥିବା ଏହି ସ୍ୱଚ୍ଛ ସାଥି ପରିବାର ଚଳାଇବା କଷ୍ଟକର ହେଉଥିବା ଯୋଗୁଁ ଗତ ୬ ମାସ ପୂର୍ବରୁ ସରକାର ସେମାନଙ୍କ ଦରମା ଆଠ ହଜାରକୁ ବୃଦ୍ଧି ଘୋଷଣା କରିଥିଲେ । କିନ୍ତୁ ଦୀର୍ଘ ୬ ମାସ ପରେ ମଧ୍ୟ ଉକ୍ତ ସ୍ୱଚ୍ଛ ସାଥି ସୁପରଭାଇଜର ମାନେ ବର୍ଦ୍ଧିତ ଦରମା ଲାଗୁ ହୋଇନଥିବା ଅଭିଯୋଗ ହୋଇଛି । ଆଜି ବୌଦ୍ଧ ଏନଏସିର ସ୍ୱଚ୍ଛ ସାଥୀ ସୁପରଭାଇଜର ମାନେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Comments (0)
Add Comment