ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସହିଦ ଜନସନଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ : ଭାରତୀୟ ନୌସେନାରେ କାର୍ଯ୍ୟରତ ତ୍ରିନାଥ ବେହେରାଙ୍କ ପୁଅ ସହିଦ ଜନସନ୍‌ ବେହେରା (୨୩)ଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ସକାଳୁ ସହିଦ ଜନସନଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସହିଦ ଜନସନ ବେହେରା ଅମର ରହେ ଧ୍ୱନିରେ ଗାଁ ପ୍ରକମ୍ପିତ ହୋଇଥିଲା । ସହିଦଙ୍କ ମରଶରୀରକୁ ଏକ ସୁସଜ୍ଜିତ ଶବ ବାହକ ଗାଡ଼ିରେ ନୌସେନା ଅଧିକାରୀମାନେ ଆଣିଥିଲେ । ଗତ ଚାରି ତାରିଖରେ ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ । ତା’ ପରଦିନ ତାଙ୍କର ଦୁର୍ଘଟଣାରେ ମୃତ୍ୟ ହୋଇଥିବା ପରିବାରକୁ ଖବର ଆସିଥିଲା । ଖବର ପାଇ ଆଠଗଡ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ନୌବାହିନି ତରଫରୁ ତୋପ ସଲାମୀ ଦିଆଯାଇ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶବ ସତ୍କାର କରାଯାଇଥିଲା । ତେବେ ତଦନ୍ତ ଶେଷ ହେବା ପରେ କିଭଳି ପରିସ୍ଥିତିରେ ତାଙ୍କର ମୁତ୍ୟୁ ହେଲା ତାର ସଠିକ୍‌ କାରଣ ଜଣାପଡ଼ିବ ଓ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନୌବାହିନୀ ସହକର୍ମୀ ମାନେ ସୂଚନା ଦେଇଥିଲେ ।

Comments (0)
Add Comment