ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୂଲ୍ୟରେ ସ୍ୱତନ୍ତ୍ର ପ୍ରଦର୍ଶନୀ

ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୁଲ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରଦର୍ଶନୀ । ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ଉଦଘାଟନ କରିଥିଲେ । ସମ୍ବଲପୁର ବସ୍ତ୍ରାଳୟର ମାର୍କେଟିଂ ଅଧିକାରୀ ହେମନ୍ତ ମିଶ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆସନ୍ତା ୧୫ ତାରିଖ ଯାଏଁ ଏହାଚାଲିବ । ଗତକାଲି ସମ୍ବଲପୁରୀ ଦିବସ ପାଳନ କରାଯାଇଥିବାବେଳେ ଆଜିଠାରୁ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଛି । ସମଗ୍ର ରାଜ୍ୟ, ଦେଶ ସମେତ ଦେଶ ବାହାରେ ମଧ୍ୟ ଦିନକୁ ଦିନ ସମ୍ବଲପୁରୀ ବସ୍ତ୍ରର ଚାହିଦା ବଢ଼ିଚାଲିଛି । ଏଭଳି ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଣାକାର ତଥା ବ୍ୟବସାୟୀଙ୍କୁ ବେଶ୍‌ ସାହାଯ୍ୟ କରିବ ।

Comments (0)
Add Comment