ପୁଲିସ କର୍ମଚାରୀଙ୍କ ଦ୍ୱାରା ୫୦ ୟୁନିଟ ରକ୍ତଦାନ

ସମ୍ବଲପୁର,୧୦/୬- କରୋନା ପରି ମହାସଙ୍କଟ କାଳରେ ବିଧି ଓ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପୁଲିସ କର୍ମଚାରୀ ଆଗେଇ ଆସିଛନ୍ତି । ତାଙ୍କରି ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି । ଜିଲ୍ଲା ପୁଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରକ୍ତଦାନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ପୁଲିସ ବିଭାଗୀୟ କର୍ମଚାରୀମାନେ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ ଓ ଉକ୍ତ ଶିବିର ରେ ୫୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବିଧି ଓ ବ୍ୟବସ୍ଥା ପରିଚାଳନା ସହିତ ଅମାନିଆଙ୍କୁ ନିୟନ୍ତ୍ରିତ କରିବା ପରି କଠିନ ଦାୟିତ୍ୱ ନିର୍ବାହ ପରେ ନିଜର ସାମାଜିକ ଉତ୍ତର ଦାୟିତ୍ୱକୁ ବୁଝି ରକ୍ତଦାନ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଥିଲେ ।

Comments (0)
Add Comment