ସାର କଳାବଜାରୀ, କାର୍ଯ୍ୟାନୁଷ୍ଠାନ ଶୂନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ସାର ବ୍ୟବସାୟ କରୁଥିବା ଦୋକାନୀ ଚାଷୀଙ୍କ ଠାରୁ ସାରବସ୍ତାରେ ଥିବା ଦାମ ଠାରୁ ଅଧିକା ଦାମ ନେଉଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି SPIC DAP ୧୨୧୧ ଟଙ୍କା ୫୫ ପଇସା ଥିବା ବେଳେ ଚାଷୀଙ୍କ ଠାରୁ ୧୩୮୦ ଟଙ୍କା ନେଉ ଥିବା ଅଭିଯୋଗ ହେଉଛି । ସେହିଭଳି IFFCO ୟୁରିଆ ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ୩୮୦ ଟଙ୍କା ନେଉଥିବାର ଅଭିଯୋଗ ହେଉଛି । ଏହି ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁନ ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଚାଷୀକୁଳ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Comments (0)
Add Comment