ହରଭଙ୍ଗା ବ୍ଲକ : କମୁନି ସାରର କଳାବଜାରୀ, ଚଢାଦରରେ ବିକ୍ରୀ ଅଭିଯୋଗ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ବଢିଚାଲିଛି ସାର କଳାବଜାର । କେତେକ ବ୍ୟବସାୟୀ ସରକାରୀ ନିୟମ ଉଲ୍ଲଂଘନ କରି ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଚାଷୀଙ୍କ ଚାହିଦା ମୁତାବକ ହରଭଙ୍ଗା ବ୍ଲକରେ ଯେତିକି ପରିମାଣର ୟୁରିଆ ସାର ଆବଶ୍ୟକ ତାହା ଯୋଗାଇବାରେ ବିଭାଗୀୟ ଅଧିକାରୀମାନେ ବିଫଳ ପାଲଟିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହାର ବେଶ୍ ଫାଇଦା ଉଠାଇ ଚାଲିଥିବା ଅଭିଯୋଗ ହେଉଛି । କଳାବଜାରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଥିବା ବେଳେ, ଏହା ହରଭଙ୍ଗା ବ୍ଲକରେ ଆଇନକୁ ଆଖିଠାର ନ୍ୟାୟରେ ଚାଲିଛି ସାରବିକ୍ରି । ଆଜି ବ୍ଲକ ଅଂଚଳରେ ଜଣେ ଜଣେ ବ୍ୟବସାୟୀ ସାର ବିକ୍ରିୟ କରିଥିଲେ । ସରକାରୀ ମୂଲ୍ୟ ଦର ୨ଶହ ୬୬ଟଙ୍କା ରହିଥିବା ବେଳେ ଏହା ୪ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହେଉଛି । କିଛି ଚାଷୀ ନିଜ ନାମ ଗୋପନ ରଖି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଏ ଦିଗରେ ପ୍ରଶାସନ ପକ୍ଷରୁ ଚଢାଉ କରି ଚାଷୀଙ୍କୁ ଉଚିତ୍ ମୂଲ୍ୟରେ ସାର ଯୋଗାଇବା ଜରୁରୀ ହୋଇପଡିଛି ।

Comments (0)
Add Comment