ଉପ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ଡ଼ଃ ସୁଷମା

ଚିପିଲିମା : କୌଣସି ଲୋକ ପାଣିରେ ବୁଡି ବା ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବା ପରିବାରକୁ , ଗରିବ ବିଧବା ପତ୍ନୀଙ୍କୁ ସରକାରଙ୍କ ପରିବାର ମଙ୍ଗଳ ଯୋଜନାରେ ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି l ଏଥିପାଇଁ ଆବେଦନ କରିବାକୁ ପଡିଥାଏ l ହେଲେ ଆବେଦନ କରିବାର ବର୍ଷ ବର୍ଷ ପରେ ବି ହିତାଧିକାରୀମାନଙ୍କୁ ସହାୟତା ମିଳିପାରୁନାହିଁ l ଏପରି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ନେଇ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁଙ୍କ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି l ସେ ଉପ ଜିଲ୍ଲାପାଳ ଡକ୍ଟର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବାବେଳେ, ଆସନ୍ତା ସମୀକ୍ଷା ବୈଠକରେ ଆଲୋଚନା କରି ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଡ଼ଃ ପୁଷ୍ପାଞ୍ଜଳି ପଣ୍ଡା ପ୍ରତିଶୃତି ଦେଇଥିବା ସୂଚନା ଦେଇଛନ୍ତି ସରପଞ୍ଚ ଡ଼ଃ ସୁଷମା l ପ୍ରକାଶ ଥାଉକି କଳାମାଟି ପଞ୍ଚାୟତର ଦୀର୍ଘ ବର୍ଷ ହେବ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବସୁଦେବ ମିର୍ଧା, କର୍ଣ୍ଣ ଭୋଇ, ଲିଙ୍ଗ ଭୁଏ ଓ ସାପ କାମୁଡା ରେ ମୃତ୍ୟୁ ବରଣ କରିଥିବା ବାସନ୍ତି ପ୍ରଧାନ ତଥା ଦିବ୍ୟାଙ୍ଗ ବିବାହ କରିଥିବା ଭାସ୍କର ସେଠ, ଘନଶ୍ୟାମ ଭୋଇ, ଲିଙ୍ଗରାଜ କୁମ୍ଭାରଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଚାରି ଲକ୍ଷ ଟଙ୍କାର ସହାୟତା ରାଶି ଓ ପରିବାର ମଙ୍ଗଳ ଯୋଜନାରେ ଆବେଦନ କରିଥିବା ୯ ଜଣ ବିଧବା ମହିଳାଙ୍କୁ ମଧ୍ୟ ଆବେଦନ କରିବାର ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ସରକାରୀ ସହାୟତା ମିଳି ପାରିନାହିଁ lଏହି ବିଷୟରେ ସମ୍ବଲପୁର ଉପ ଜିଲ୍ଲାପାଳ ଡକ୍ଟର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ସାକ୍ଷାତ କରି କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ ଲିଖିତ ଅଭିଯୋଗ କରିଥିଲେ l

Comments (0)
Add Comment