ବିଦେଶୀ ପକ୍ଷୀଙ୍କ ସମାଗମରେ ମୁଖରିତ ସାତକୋଶିଆ ଗଣ୍ଡ, ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଗଣିଆ : ଅଧିକ ଶୀତ, ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ନୟାଗଡ଼ ମହାନଦୀର ସାତୋକୋଶିଆ ଗଣ୍ଡ ଓ ପଦ୍ମତୋଳା ଅଭୟରଣ୍ୟକୁ ଚାଲି ଆସନ୍ତି । ଶୀତ ଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମ ଋତୁର ଆରମ୍ଭରେ ଫେରି ଯାଇଥାନ୍ତି । ଏହି ବିଦେଶୀ ପକ୍ଷୀମାନେ ସୁଦୂର ସାଇବେରିଆ ଅଞ୍ଚଳରୁ ଆସି ପହଞ୍ଚିଲେଣି । ସାତୋକୋଶିଆ ମହାନଦୀରେ ଶୀତ ବଢିବା ସହ ବଢୁଛି ବିଦେଶୀଗତ ପକ୍ଷୀଙ୍କ ସଂଖ୍ୟା । ସୂଚନା ମୁତାବିକ, ପହିଲି ଶୀତର ଆଗମନରେ ସାତୋକୋଶିଆ ଗଣ୍ଡର ଜଳ ରାଶିରେ ଏହି ରଙ୍ଗ ବେରଙ୍ଗର ଦେଶୀ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଉଛି । ପକ୍ଷୀ ମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମିଲାଣି ପଯ୍ୟଟକଙ୍କ ଭିଡ । ମହାନଦୀର ଘନ ନୀଳ ଜଳରାଶି ମହାନଦୀର ଉଭୟ ପାର୍ଶ୍ୱରେ ନଭ ଶୁମ୍ବି ପର୍ବତ ସକାଳ ପହିଲି ସୂର୍ଯ୍ୟ କିରଣ ପଯ୍ୟଟକଙ୍କୁ ଆକର୍ଷଣ କରେ ।

ଏହି ବିଦେଶୀ ପକ୍ଷୀ ମାନେ ସାତୋକୋଶିଆ ଗଣ୍ଡ ପଦ୍ମତୋଳା, ଶୁନାଖଣିଆ, ବଡମୁଲ, ମାରଡ଼ା, କୁତରୀ ଆଦି ମହାନଦୀ କୂଳରେ ଶହ ଶହ ସଂଖ୍ୟାରେ ବିଦେଶୀ ପକ୍ଷୀ ମାନେ ଚଳପ୍ରଚଳ କରନ୍ତି । ବିଦେଶୀ ପକ୍ଷୀଙ୍କ ଭିତରେ ଖରହଂସ, ଚନ୍ଦନା ହଂସ, ଚକୋଆଟକୋଇ, ଚଟୁଆଗେଣ୍ଡି ଆଦି ୩୦ରୁ ଉଦ୍ଧ୍ୱର୍ ପ୍ରଜାତିର ପକ୍ଷୀମାନେ ଆଗମନ ହୁଅନ୍ତି । ଏହି ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣ ଉପଲବ୍ଧି ହେଉଥିବାରୁ ସୂର୍ଯ୍ୟଦୟରୁ ସୂଯ୍ୟସ୍ତ ଯାଏ ସେମାନଙ୍କ କଳରବରେ ମୁଖରିତ ହୁଏ ସାତୋକୋଶିଆ ଗଣ୍ଡ । ଅନ୍ୟ ପକ୍ଷରେ ପକ୍ଷୀ ଶିକାର ଉପରେ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଥିବାରୁ ଶିକାରୀମାନଙ୍କ ପାଦୁର୍ଭାବ ନଥିବାରୁ ପକ୍ଷୀ ମାନେ ନିରାପଦ ମଣୁଛନ୍ତି । ଏପରିକି ବିଦେଶୀ ପକ୍ଷୀ ମାନେ ଜଙ୍ଗଲ ଓ ନଦୀ କୂଳରେ ଥିବା ବିଭିନ୍ନ ଗଛ ମାନଙ୍କ ରେ ରାତ୍ରି ଯାପନ କରୁଥିବା ଲକ୍ଷ୍ୟ କରାଯାଉଛି । ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ସୁରକ୍ଷା ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

Comments (0)
Add Comment