ସମ୍ବଲପୁରରେ ଆଜି ୨ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପଜିଟିଭ ଚିହ୍ନଟ ହେଲାପରେ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଫେରିଯିବା ପରେ ବାକି ୬୦ଜଣଙ୍କ ଚିକିତ୍ସା ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଦୁଇଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ବୟସ ୬୫ ଓ ୩୨ ରହିଛି । ସେ ଦୁହିଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଅନୁସନ୍ଧାନ କେନ୍ଦ୍ରରୁ ସମ୍ବଲପୁର ଆସିବା ପରଠାରୁ ସ୍ଥାନୀୟ କମିଶନର କଲୋନୀରେ ସ୍ଥାପିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଯଦିଓ ସେମାନଙ୍କ ଦେହରେ କରୋନାର କୌଣସି ଲକ୍ଷଣ ନଥିଲା, ତଥାପି ସ୍ୱାବ ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments (0)
Add Comment