ସମ୍ବଲପୁର,୨୬/୭- କରୋନା ସଂକ୍ରମଣ ଉପରେ ଆପେକ୍ଷିତ ନିୟନ୍ତ୍ରଣ ପାଇଁ ଗତ ୨୨ରୁ ୩୧ଜୁଲାଇ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତି ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ପ୍ରାତଃ ୬ଟାରୁ ଦ୍ୱିପହର ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଭାବେ କିରାନା, ପନିପରିବା, କ୍ଷୀର ଓ ଅନ୍ୟ କିଛି ଖାଦ୍ୟପେୟ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଚାରିଦିନ ପର୍ଯ୍ୟନ୍ତ ବନ୍ଦ ରହିଥିବା ଯୋଗୁଁ ସମସ୍ତ ଙ୍କ ଘରେ ଖାଦ୍ୟପେୟ ଜିନିଷପତ୍ର ନିଅଣ୍ଟିଆ ସ୍ଥିତିରେ ରହିଛି, ଏଣୁ ଆଜି ବଜାର ଖୋଲିଲା କ୍ଷଣି ଲୋକେ ଛାନିଆହୋଇ କିଣାକିଣି କରୁଛନ୍ତି । ଏଥିପାଇଁ ବଜାରରେ ଜନଗହଳି ବଢିଯାଇଛି ଓ ସାମାଜିକ ଦୂରତା ନିୟମ ପ୍ରତି କାହାରି ନିଘା ମଧ୍ୟ ନାହିଁ । ଗତ ଚାରିଦିନ ଅଭାବ ଅସୁବିଧା ଅନୁଭବ ଯୋଗୁଁ ଲୋକେ ଛାନିଆ ହେଇ କିଣାବିକା କରୁଛନ୍ତି । ସେମାନେ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି ଯେ ଆଗାମୀ ୬ଦିନ ପର୍ଯ୍ୟନ୍ତ ସକାଳ ଓଳି ବଜାର ଖୋଲାରହିବ ଓ ଏପରି ଛାନିଆ ହେଇ କିଣାକିଣି କଲେ ଅଯଥା ବଜାର ଦର ବଢିଯିବାର ଆଶଙ୍କା ରହିଛି । ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯାଇଛି, କିନ୍ତୁ ସେମାନେ ମଧ୍ୟ ଅମାନିଆ ଭିଡ଼ ଆଗରେ ଅସହାୟ ହୋଇ ପଡିଛନ୍ତି ।