ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭ ରୂପେ ଚିହ୍ନଟ ହେବାର ସ°ଖ୍ଯା ଶୁନ ବୋଲି ଘୋଷଣା କରା ଯାଇଛି । ଏଣୁ ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲା ରେ ପଜିଟିଭ ଚିହ୍ନଟଙ୍କ ମୋଟସ°ଖ୍ଯା ଅପରିବର୍ତ୍ତିତ ହୋଇ ୨୮୧ ରହିଛି । ଏମାନଙ୍କ ମଧ୍ୟରୁ ୧୬୩ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୧୮ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଇତିମଧ୍ୟରେ ଏଠାରେ ସମସ୍ତ ଙ୍କୁ ସାବଧାନ କରି ଦିଆଯାଇଛି ଯେ ଆଜିକାର ସ୍ଥିତି ରେ ବେଶି ଉତ୍ସାହିତ ହେବା ଉଚିତ ହେବନାହିଁ । କାରଣ ଜନସାଧାରଣ ଯେଉଁ ପରି ବେପରୁଆ ହୋଇ ସାର୍ବଜନୀକ ସ୍ଥାନରେ ମାସ୍କ ବ୍ୟବହାର କରୁ ନାହାନ୍ତି ଓ ସାମାଜିକ ଦୂରତା ନିୟମ କୁ ବେଖାତିର କରୁଛନ୍ତି, ତଦ୍ୱାରା କେତେବେଳେ ଯେ ସେମାନେ ବିପଦର ସମ୍ମୁଖୀନ ହେବେ କିଛି କହିହେବ ନାହିଁ । ସବୁଠାରୁ ଚିନ୍ତାର ବିଷୟ ହେଲା ସମାଜର ଅମାନିଆ ଯୁବଗୋଷ୍ଠୀଙ୍କ ବେପରୁଆ ମନୋଭାବ, ଯାହାକି କେତେବେଳେ ସେମାନଙ୍କୁ ବିପଦ ରେ ପକାଇ ଦେଇ ପାରେ ଓ ସେମାନଙ୍କ ସହିତ ସମ୍ପୂର୍ଣ୍ଣ ପରିବାର ର ଲୋକେ ମଧ୍ୟ ଅସୁବିଧା ରେ ପଡିପାରନ୍ତି, କିଛି କହିହେବ ନାହିଁ ।