ସମ୍ବଲପୁରରେ ଆଜି ୫୫ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର :ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବ ରେ ୫୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬୩ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୩୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୮୩୮ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ତିନି ଦିନ ଧରି ଶତକ ମାରିଲା ପରେ ଆଜିକାର ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହୋଇ ପାରିଛି । ଗତକାଲି ସୋମବାର ପର୍ଯ୍ୟନ୍ତ ସମ୍ବଲପୁର କୋଭିଡ ହସ୍ପିଟାଲରେ ୬୨, ବୁର୍ଲା ସ୍ଥିତ ପୁଲିସ କୋଭିଡ କେୟାର ସେଣ୍ଟର ରେ ୩୮୬, ହୋମ ଆଇସୋଲେଶନ ଓ ଶିଳ୍ପ ସଂସ୍ଥା ଦ୍ୱାରା ପରିଚାଳିତ କୋଭିଡ କେୟାର ସେଣ୍ଟର ରେ ୩୮୨ ଓ କୋଭିଡ କେୟାର ହୋମରେ ୧୨ ଜଣ ଚିକିତ୍ସିତ ହେଉଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଥିବା ସ୍ଥିତି ଅନୁସାରେ ସମ୍ବଲପୁର ଜିଲ୍ଲାରେ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ପ୍ରାୟ ୮୦ ରୁ ୮୫ ପ୍ରତିଶତ ରହିଛନ୍ତି ସହରାଞ୍ଚଳରେ ଓ ତନ୍ମଧ୍ୟରୁ ଅଧିକାଂଶ ସମ୍ବଲପୁର ମହାନଗର ଅଞ୍ଚଳରେ ଦେଖାଯାଇଛି । ଏହାର ଏକମାତ୍ର କାରଣ ହେଲା ଯେ ସହରାଞ୍ଚଳରେ ସବୁକିଛି ଜାଣିଶୁଣି ମଧ୍ୟ କରୋନା କଟକଣା ମାରିବାକୁ ଲୋକେ ମଙ୍ଗୁ ନାହାନ୍ତି ।

Comments (0)
Add Comment