ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ, ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଉଅଛି । ସମ୍ବଲପୁର ମଣ୍ଡଳର ସମସ୍ତ ବିଭାଗକୁ ବିଭିନ୍ନ ଦିନଗୁଡିକରେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରିବା ପାଇଁ ନ୍ୟସ୍ତ କରାଯାଇଛି ।


୨୯ ଅଗଷ୍ଟ ୨୦୨୦ରେ ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଥିଲା । ଏହି ରନରେ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର, ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ଇଷା ମଲିକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଏଲ.ଭି.ଏସ୍‌.ଏସ୍‌. ପାତ୍ରଡୁ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର(ସମନ୍ୱୟ) ଜୟନ୍ତ କୁମାର ଖମାରୀ ଏବଂ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ । ଉକ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ରେଳବାଇ ଷ୍ଟାଡିୟମରୁ ବାହାରି ସମ୍ବଲପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା । ଏହି ଅବସରରେ ଡିଆରଏମ ପ୍ରଦୀପ କୁମାର କହିଲେ ଯେ ସୁସ୍ଥ ରହିବା ଏବଂ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଫିଟ୍ ଇଣ୍ଡିଆ ଫ୍ରିଡମ ରନର ଆଭିମୁଖ୍ୟ । ସାମାଜିକ ଦୂରତା ବଜାୟ ରଖି ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Comments (0)
Add Comment