ମା ଓ ଝିଅ ନିଖୋଜ ମାମଲା, ମା’ଘର ଓ ଶାଶୁଘର ଉଭୟେ ଥାନା ଦ୍ୱାରସ୍ଥ

ସମ୍ବଲପୁର,୫/୭ – ଗତ ସୋମବାର ସନ୍ଧ୍ୟାରୁ ୨୯ ବର୍ଷୀୟା ପୂଜା ଓ ୩ ବର୍ଷୀୟା ସାନ୍ୱୀ (ଉଭୟେ ମା ଓ ଝିଅ) ସମ୍ବଲପୁର ମହାନଦୀରେ ନିର୍ମିତ ଦ୍ୱିତୀୟ ସେତୁରୁ ନିଖୋଜ ହୋଇଯାଇଛନ୍ତି । ପ୍ରଥମେ ତ ଏହାକୁ ଆତ୍ମହତ୍ୟାର ଏକ ଘଟଣା ଭାବି ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ସେମାନଙ୍କ ଶବ ଉଦ୍ଧାର କରିବାପାଇଁ ପ୍ରଥମେ ଅଗ୍ନିଶମ ବିଭାଗ ଓ ପରେ ଓଡ୍ରାଫର ବିଶେଷଜ୍ଞ ବୁଡାଳିଦଳଙ୍କ ସାହାଯ୍ୟ ନିଆଯାଇଥିଲା କିନ୍ତୁ ଚାରିଦିନ ପର୍ଯ୍ୟନ୍ତ ଖୋଜିଲା ପରେ ମଧ୍ୟ ସେମାନଙ୍କ କିଛି ଖିଅଟିଏ ମିଳି ନଥିବାରୁ ଏହାକୁ ସ୍ଥଗିତ କରାଗଲା । ବର୍ତ୍ତମାନ ଏହାର ଅନ୍ୟ ସମ୍ଭାବନା ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଇତିମଧ୍ୟରେ ପୂଜାର ମା’ଘର ଓ ଶାଶୁଘର ଉଭୟେ ଆରୋପ ପ୍ରତ୍ୟାରୋପ ନେଇ ପୁଲିସ ଥାନା ଦ୍ୱାରସ୍ଥ ହୋଇଛନ୍ତି । ମା’ଘରର ଅଭିଯୋଗ ଅନୁସାରେ ପୂଜା ଯୌତୁକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଛି । ଅପରପକ୍ଷେ କେସିଙ୍ଗାରୁ ତାହାର ଶାଶୁଘର ଅଭିଯୋଗ ଆଣିଛନ୍ତି ଯେ ଏକ ବାହାଘରେ ରାଏପୁର ଯିବା ପାଇଁ ପୂଜା ତାହାର ମା’ଘର ଧମା ଯାଇଥିଲା କିନ୍ତୁ ତାକୁ ସେଠାକୁ ଯିବାକୁ ନ ଦେବାରୁ ସେ ଉତ୍ତେଜିତ ହୋଇ ସେପରି କିଛି ଚରମ ପଦକ୍ଷେପ ନେଇଛି । ଉଭୟ ମାମଲା ପୁଲିସ ଥାନାରେ ପଞ୍ଜିକୃତ ହୋଇଥିବାରୁ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି । ଇତିମଧ୍ୟରେ ପୂଜାର ଭାଇ ସୁମିତ ଅଗ୍ରୱାଲ ପକ୍ଷରୁ ନିଖୋଜ ଭଉଣୀର କୌଣସି ନିର୍ଦ୍ଦିଷ୍ଟ ଖବର ପାଇଁ ୧୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ଓ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି ।

Comments (0)
Add Comment