ସମ୍ବଲପୁରର ଆଠଟି ଅଞ୍ଚଳରେ ଧାରା ୧୪୪ ଘୋଷିତ

ସମ୍ବଲପୁର,୨୫/୭- ସମଗ୍ର ସମ୍ବଲପୁର ଜିଲ୍ଲାରେ ୧୦ଦିନ ପାଇଁ ଘୋଷିତ ସଟଡାଉନର ଆଜି ଚତୁର୍ଥ ଦିନରେ ସ୍ଥିତି ବେଶ ନିୟନ୍ତ୍ରଣରେ ରହିଛି କାରଣ ଜଣେ ସୁଦ୍ଧା ନୂଆ ପଜିଟିଭ ଚିହ୍ନଟ ହୋଇନାହିଁ । ଗତ ପାଞ୍ଚ ଦିନ ଧରି ପ୍ରତିଦିନ ୨୦ରୁ ୨୫ ନୂଆ ପଜିଟିଭ ଚିହ୍ନଟ ହେବାରୁ ସ୍ଥିତି ଉଦବେଗଜନକ ରହିଥିଲା, କିନ୍ତୁ ଆଜିକାର ଖବର ବେଶ ଉତ୍ସାହଜନକ ରହିଛି । ତଥାପି କିଛି ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ରହିଥିବାରୁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଆଜିଠାରୁ ଜୁଲାଇ ୨୮ ପର୍ଯ୍ୟନ୍ତ ଧାରା ୧୪୪ ଘୋଷଣା କରିଛନ୍ତି । ଏହାଦ୍ୱାରା ସେଠାରେ ଧାରା ୧୪୪ ଅନ୍ତର୍ଗତ ନିଷିଦ୍ଧ ଅଞ୍ଚଳରେ ଭାବେ ଘୋଷଣା ପରେ ଘରବାହାରେ ବୁଲାବୁଲି କରିବା ଉପରେ କଟକଣା ରହିବ ଓ ଅମାନିଆଙ୍କୁ ଅଙ୍କୁଶିତ କରାଯାଇପାରିବ । ଏହିପରି ଧାରା ୧୪୪ ଘୋଷିତ ଅଞ୍ଚଳଗୁଡିକ ହେଲା, ବରେଇପାଲିର ପାଞ୍ଚଗଛିଆ ତଲିପଡା ଓ ଗ୍ରେଟ୍ ସମ୍ବଲପୁର, ବଡ଼ବଜାରର ମଦଭାଟି ରୋଡ଼ ଓ ଗିଙ୍ଗରାପଡା, କ୍ଷେତରାଜପୁରର ଷ୍ଟେସନପଡା ଓ ତାଲଭଟାପଡା, ଭତରାର କୁଲତାପଡା, ସାକ୍ଷୀପଡାର ଗୁଆଲାପଡା ଆଦି ।

Comments (0)
Add Comment