ପଶ୍ଚିମାଞ୍ଚଳର ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଭୀମସାରରେ ଏକମୋ ମେସିନ ପାଇଁ ବିଜେପିର ଦାବି

ସମ୍ବଲପୁର,୨୮/୭- ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବକୁ ବିରୋଧ କରି ଆଜି ସମ୍ବଲପୁର ଭାଜପା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ପଶ୍ଚିମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଏକ ୧୧ ସୂତ୍ରୀୟ ଦାବିପତ୍ର ପ୍ରଦାନ କରାଗଲା । ପାର୍ଟି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଳୋଗାନ ଦିଆଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଭୀମସାରକୁ ସମ୍ପୂର୍ଣ୍ଣ ସ୍ୱୟଂଶାସିତ କ୍ଷମତା ପ୍ରଦାନ, ଭୀମସାରରେ ଏକମୋ ମେସିନ ସ୍ଥାପନ, ରାଜ୍ୟ ବଜେଟରେ ଭୀମସାର ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା, ଆଇସିୟୁ ଶଯ୍ୟା ସଂଖ୍ୟାବୃଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ପଦପଦବୀ ପୂରଣ, ଭୀମସାରରେ କର୍କଟରୋଗ, ସ୍ନାୟୁ ରୋଗ, ଯକୃତ ରୋଗ, ହୃଦ ରୋଗ ଭଳି ଜଟିଳ ଓ ବଡରୋଗର ସମ୍ପୂର୍ଣ୍ଣ ଚିକତ୍ସା ସୁବିଧା ଯୋଗେଇବା ଭଳି ଅନେକ ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଉଲ୍ଲେଖ ରହିଛି । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ ବେହେରା, କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ କର୍ଣ୍ଣେଲ ପ୍ରଭାତ ପଣ୍ଡା, ଡା. ପ୍ରଭାସ ଦେବତା, ମିଲନ ମହାରଣା, ଶିବ ନାରାୟଣ ବେହେରା, ଶିବରାମ ସାହୁ, ସୌମିତ୍ରୀ ଜତି, ଟୁକୁ ମହାନ୍ତି, ସୁଦୀପ ପରିଡା, କମଲଜିତ ସିଂ, ସୁମନ ପରିଚ୍ଛା, ଅପୁ ବେହେରା, ପ୍ରଭାସିନୀ ଦାଶ, ସୁବର୍ଣ୍ଣ କୁଅଁର, ଲକ୍ଷ୍ମୀ ଜେନା, ଭବାନୀ ଦୁସର, ମଞ୍ଜୁଲା ଓରାମ, ସେବତୀ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment