ସମ୍ବଲପୁର ଜିଲ୍ଲାରେ ଆଜି ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟଙ୍କ ମୋଟ ସଂଖ୍ୟା ୧୨୩୧ରେ ଯାଇ ପହଞ୍ଚିଛି । ଗତକାଲି ଜଣେ ପୁଲିସ ସିପାହୀଙ୍କ କରୋନାରେ ମୃତ୍ୟୁ ପରେ ସମଗ୍ର ଜିଲ୍ଲାରେ କରୋନାରେ ମୃତକଙ୍କ ସଂଖ୍ୟା ତିନି ହୋଇଛି । ଏହା ବ୍ୟତୀତ ଗତକାଲିର ୧୨୬ ଜଣ ସୁସ୍ଥ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ୬୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୯୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ବାସ୍ତବରେ ଗତ ସୋମବାର ଦିନ ୧୬୮ ଜଣ ଓ ଗତକାଲି ମଙ୍ଗଳବାର ଦିନ ୨୬ ଜଣ ପଜିଟିଭ ଚିହ୍ନଟ ହେଲା ପରେ ଆଜି ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବ ବୋଲି ଆଶଙ୍କା କରାଯାଉଥିଲା, କିନ୍ତୁ ଏହି ସଂଖ୍ୟାରେ ଯଥେଷ୍ଟ ହ୍ରାସ ପାଇଥିବାରୁ ଜନସାଧାରଣଙ୍କ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ଆଶ୍ୱ୍ୱସ୍ତି ଅନୁଭବ କରୁଛନ୍ତି ।

Comments (0)
Add Comment