ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, ୧୭/୭(ଶିବ ପ୍ରସାଦ ମେହେର)- ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ନେଲାପରେ ଟାଟା ପାୱର ପକ୍ଷରୁ ବେଆଇନ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଉକ୍ତ ବିଦ୍ୟୁତ ଆବଣ୍ଟନ କମ୍ପାନୀର ସ୍ଥାନୀୟ ବୁର୍ଲା ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରୁ ଏବିଷୟରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଗତଦିନ ବରଗଡ଼ ପଶ୍ଚିମ କ୍ଷେତ୍ରରେ ଏଥିପାଇଁ ଘର ଘର ବୁଲି ବିଦ୍ୟୁତ ସଂଯୋଗର ସ୍ଥିତି ଯାଞ୍ଚ ତଥା ବ୍ୟବହୃତ ବିଦ୍ୟୁତ ପରିମାଣ ସମୀକ୍ଷା କରାଯାଇଛି ଓ ଅନେକ ବିସଙ୍ଗତି ସାମ୍ନାକୁ ଆସିଛି । ଏହି ଅଭିଯାନରେ ୧୪୨ଟି ମାମଲାରେ ୩୫୦ କିଲୋୱାଟ ବିଦ୍ୟୁତ ଚୋରି ଧରାପଡିଛି । ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଏବିଷୟରେ ତାଗିଦ୍‌ କରାଯାଇଛି ଯେ ସେମାନେ ଏପରି କାର୍ଯ୍ୟରୁ ନିବୃତ ରୁହନ୍ତୁ ଓ ସ୍ୱେଚ୍ଛାକୃତ ଭାବେ ନିଜ ସ୍ଥିତି ଘୋଷଣା କରି ବିଦ୍ୟୁତ ସଂଯୋଗ ନିୟମିତ କରାଇ ନିଅନ୍ତୁ ଅନ୍ୟଥା ଏଥିପାଇଁ ବିଧିବ୍ୟବସ୍ଥା ଅନୁସାରେ ସେମାନଙ୍କୁ ଜୋରିମାନା ଓ ଦଣ୍ଡ ଭୋଗିବାକୁ ପଡିବ ।

Comments (0)
Add Comment