ସୁବିଧା ମିଳିଲେ ଲୋକେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି

ସମ୍ବଲପୁର,୩୦/୫- ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ସଘନ ଟୀକାକରଣ ଅଭିଯାନ ଚାଲିଛି । ଏହି ଟୀକାକରଣରେ ୪୫ ରୁ ଅଧିକ ଓ କମ ଆୟୁ ଉଭୟ ବର୍ଗର ଲୋକେ ଲାଭାନ୍ୱିତ ହେଉଛନ୍ତି । ଏଥିପାଇଁ ଆଗରୁ ସ୍ପଟ୍‌ ବୁକିଙ୍ଗ କରିବାକୁ ପଡ଼ୁଥିଲା କିନ୍ତୁ ଏଥିରେ କେବଳ ମାତ୍ର ସ୍ୱଚ୍ଛଳ ବର୍ଗଙ୍କୁ ଲାଭ ମିଳୁଛି ଓ ଅଧିକାଂଶ ଗରିବ ଓ ଅସହାୟ ଲୋକେ ଏଥିରୁ ବଞ୍ଚିତ ରହିଯାଉଛନ୍ତି, କାରଣ ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ସୁବିଧା ନାହିଁ । ଏଥିପାଇଁ ଏଠାରେ କିଛି କେନ୍ଦ୍ରରେ ଲୋକଙ୍କୁ ଆସି ସେଠାରେ ହିଁ ସ୍ପଟ୍‌ ବୁକିଙ୍ଗ ସହିତ ଟୀକାକରଣ ସୁବିଧା ଦେବାପାଇଁ ଘୋଷଣା କରାଗଲା । କିନ୍ତୁ ଏପରି କେନ୍ଦ୍ରରେ ଟୀକାକରଣ ପାଇଁ ଅଯଥା ଭିଡ଼ ଜମାହେବା ସହିତ ସାମାଜିକ ଦୂରତା ନିୟମ ଖୋଲାଖୋଲି ଉଲଂଘନ ହେବା ଚରିତାର୍ଥ ହେଉଛି । ଜନସାଧାରଣଙ୍କ ପାଇଁ ଯଦି କିଛି ସୁବିଧା ଦିଆଯାଉଛି, ତାହାର କିପରି ଦୂରୁପଯୋଗ ହୋଇଥାଏ, ଏହାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି ।

Comments (0)
Add Comment