ଆଜି ନୂଆ ୭୨ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରରେ ସ୍ଥିତି ଗମ୍ଭୀର ଗତ ୨୪ ଘଣ୍ଟା ମଧ୍ୟରେ କେହି ଆରୋଗ୍ୟ ହୋଇନାହାନ୍ତି

ସମ୍ବଲପୁର,୫/୮ – ଆଜି ସମଗ୍ର ସମ୍ବଲପୁର ଜିଲ୍ଲାରେ ୭୨ ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୭ରେ ପହଞ୍ଚିଛି । ପୁଣି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ କେହି ଜଣେ ମଧ୍ୟ କରୋନାରୁ ସୁସ୍ଥ ହୋଇନାହାନ୍ତି, ଯାହାକି ଚିନ୍ତା ବଢ଼ାଉଛି । ଆଜିକାର ଘୋଷଣା ପରେ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୮୨୭ ରେ ପହଞ୍ଚିିଛି । ଏମାନଙ୍କ ମଧ୍ୟରୁ ଜଣେ ମୃତ ଓ ୨୩୪ ଜଣ ସୁସ୍ଥହୋଇ ଘରକୁ ଫେରିବାପରେ ବାକି ସକ୍ରିୟ ୫୯୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବର୍ତ୍ତର୍ମାନ ସକ୍ରିୟ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଦେଇ ଗତିକରୁଛି । ବିଗତ ପ୍ରାୟ ୧୦ଦିନରୁ ଅଧିକ ହେଲା ପ୍ରତିଦିନ ଚିହ୍ନଟ ପଜିଟିଭ ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି କିନ୍ତୁ ତଦାନୁସାରେ ଆରୋଗ୍ୟ ଲାଭ କରୁଥିବା ସଂଖ୍ୟା ବଢୁନାହିଁ । ଏପରିକି ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ଶୁନ ରହିଛି, ଯାହାକି ପ୍ରଶାସନ ସହିତ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Comments (0)
Add Comment