ସମ୍ବଲପୁର, ୬/୭- ସ୍ଥାନୀୟ ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଲପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ମହାନଦୀ ୟୁଥ୍ କ୍ଲବ ଓ ସମର୍ପଣର ମିଳିତ ଉଦ୍ୟମରେ ଗତକାଲି ୭୨ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଅତିଥି ଭାବେ ଡି ଆର୍ ଡି ଏ ଚେୟାରମ୍ୟାନ ରାଧେଶ୍ୟାମ ବାରିକ, ଧନକଉଡା ବ୍ଲକ ଜୋନ୍ ୧ ର ଜିଲ୍ଲା ପରିଷଦ ସଦସ୍ୟା ସରସ୍ୱତୀ ମିର୍ଦ୍ଧା, ବିଶାଲଖିଣ୍ଡା ସରପଞ୍ଚ ସୁଶିଲ ବାବୁ, ବିଶାଲଖିଣ୍ଡା ଗ୍ରାମର ଗ୍ରାମ୍ୟ ସଭାପତି ମୁକୁନ୍ଦ ସାହୁ, ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଚିତାନନ୍ଦ ପ୍ରଧାନ, ଆଇନଜୀବୀ ପ୍ରାକାଶ ପ୍ରଧାନ, ପ୍ରକୃତିବନ୍ଧୁ ଦେବାଶିଷ ସାହୁ ପ୍ରଭୃତି ଯୋଗ ଦେଇଥିଲୋ ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଭୁତି ଭୂଷଣ ପ୍ରଧାନ ଏହି ସଭାର ପରିଚାଳନା କରିଥିଲେ । ଏହି ଆଲୋଚନାରେ ପ୍ରଥମେ ମହାନଦୀ ୟୁଥ୍ କ୍ଲବ ଓ ସମର୍ପଣ ପକ୍ଷରୁ ବନମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ବୃକ୍ଷର ଉପକାରିତା ସହିତ ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ । ସେହିପରି ବିଧାୟକ ଶ୍ରୀ ନାଏକ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଓ ଜଙ୍ଗଲଜାତ ଦ୍ରବ୍ୟର ମଣିଷ ଜୀବନରେ ତାର ବ୍ୟବାହର ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ରାମଚନ୍ଦ୍ର ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ସମସ୍ତଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆମନ୍ତ୍ରିତ କରିଥିଲେ ।
ପରେ ବିଦ୍ୟାଳୟ ପରିସରରେ ପ୍ରଥମେ ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ପରେ ବହୁ ପ୍ରକାରର ବୃକ୍ଷ ଜାମୁ କୋଳି, ଲେମ୍ବୁ ,ପିଜୁଳି, ଡାଳିମ୍ବ, କରଞ୍ଜ, ନିମ୍ବ, କୃଷ୍ଣଚୁଡା, ରାଧାଚୁଡା, ଦେବଦାରୁ ଓ ଆମ୍ବ ପ୍ରଭୃତିର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାନଦୀ ୟୁଥ୍ କ୍ଲବ ଓ ସମର୍ପଣ ପକ୍ଷରୁ ରାଧେଶ୍ୟାମ ପଣ୍ଡା, ଟିକେଶ୍ୱର ପ୍ରଧାନ, ଅନୁଭବ ପ୍ରଧାନ, ବ୍ରହ୍ମା ଶଙ୍କର ପ୍ରଧାନ ଅନ୍ୟମାନଙ୍କ ମଧ୍ୟରେ ଜୟନାରାୟଣ ସାହୁ, ସତ୍ୟନାରାୟଣ ପ୍ରଧାନ, ଚତୁର୍ଭୁଜ ଗର୍ଡିଆ ଏହା ସହିତ ବିଶାଲଖିଣ୍ଡା ଉଚ୍ଚ ବିଦ୍ୟାଳୟର ପରିଚାଲନା କମିଟିର ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ କେଶବ ଦାସ, ପ୍ରକାଶ ନାଏକ, ସଞ୍ଜୟ କୁମାର ପଣ୍ଡା, ସୁନୀଲ ବାବୁ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ବିଶାଲଖିଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।