ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ସମ୍ବଲପୁର,୧୦/୧୦- ସମ୍ବଲପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ସକାଶେ ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ଦାବିପତ୍ର ଦେବା ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦୀର୍ଘବର୍ଷ ପୂର୍ବରୁ ନୂତନ ହିତାଧିକାରୀ ପରିଚୟପତ୍ର ସକାଶେ ଆବେଦନ କରିଥିବା ଶ୍ରମିକଙ୍କୁ ଶୀଘ୍ର ପଞ୍ଜିକୃତ କରାଯିବା, ନବୀକରଣ ପ୍ରକ୍ରିୟା , ମୃତ୍ୟୁ ସହାୟତା, ଶିକ୍ଷା, ବିବାହ ତଥା ସମସ୍ତ ସହାୟତା ଆରମ୍ଭ କରାଯିବା, ବକେୟା ୧୧ ହଜାର ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବାବଦର ଅର୍ଥ ଯୋଗାଇ ଦେବା, ୨୦୧୫ରୁ ବକେୟା ପଡ଼ିଥିବା ନବୀକରଣ ଉପରେ କାର୍ଯ୍ୟାନୁଷ୍ଠାନ, କଲ୍ୟାଣବୋର୍ଡ ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମୀ ପ୍ରସ୍ତୁତ କରାଯିବା ପ୍ରଭୃତି ଦାବି ଏଥିରେ ଉପସ୍ଥାପନ କରାଯାଇଥିଲା । ସମନ୍ୱୟ ସମିତି ସଭାପତି ଏନଏଫଆଇଟିୟୁ ରାଜ୍ୟ ସଭାପତି ପ୍ରଶାନ୍ତ ପାଢୀଙ୍କ ନେତୃତ୍ୱରେ ସମ୍ପାଦକ ତ୍ରିନାଥ ରନବିଡା, ରୋହିତାସ୍ୱ ସାହୁ, ମମତା ପଣ୍ଡା, ମହେଶ ନାଥ, ଦାମୋଦର ପାଣ୍‌ଡେ, ସଞ୍ଜୁ ମିର୍ଦ୍ଧା, ରମେଶ ସିଂହ, ବସନ୍ତ ସ୍ୱାଇଁ, ଭକ୍ତବନ୍ଧୁ ମାଝୀ, ଜିବର୍ଦ୍ଧନ୍‌ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment