ଭାରତ ଯୋଡୋ ଆନ୍ଦୋଳନକୁ ସମ୍ବଲପୁରରେ ସମର୍ଥନ

ସମ୍ବଲପୁର, ୯/୮- ଦେଶରେ ଇଂରେଜ ଶାସନ ସମୟରେ ତିଆରି ହୋଇଥିବା କିଛି ଆଇନକୁ ରଦ୍ଦକରି ଦେଶରେ ନୂତନ କରି ସମାନ ନାଗରିକ ସଂହିତା ଓ ସମାନ ଅପରାଧ ସଂହିତା ଲାଗୁ କରିବାପାଇଁ ରବିବାର ଦିନ ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ଏକ ଅଣରାଜନୈତିକ ଜନଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ପ୍ରଖର ବକ୍ତା ରାଷ୍ଟ୍ରଭକ୍ତ ପୁଷ୍ପେନ୍ଦ୍ର କୁଳଶ୍ରେଷ୍ଠ, ଅଶ୍ୱିନୀ ଉପାଧ୍ୟାୟ, ଜେନେରାଲ.ଜି.ଡି.ବକ୍ସି, କପିଲ ମିଶ୍ର ଓ ପୱନ ସିହ୍ନା ପ୍ରମୁଖଙ୍କ ଡାକରାରେ ଲକ୍ଷାଧିକ ଦେଶବାସୀ ଦିଲ୍ଲୀ ଯନ୍ତରମନ୍ତର ଠାରେ ଏକତ୍ରିତ ହୋଇଥିଲେ । ସେହି ଆନ୍ଦୋଳନକୁ ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସମର୍ଥନ ଜଣାଇ ସ୍ଥାନୀୟ ଗୋଲବଜାର ଠାରେ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫଉଣ୍ଡେସନର ଜିଲ୍ଲା ସଭାପତି ମିଲନ ମହାରଣାଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସଦସ୍ୟ ସଦସ୍ୟାମାନେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ, ଅନୁପ୍ରବେଶକାରୀ ନିୟନ୍ତ୍ରଣ ଆଇନ, ଦେଶରେ ସମାନ ନାଗରିକତା ସଂହିତା ଓ ସମାନ ଅପରାଧ ସଂହିତା ଲାଗୁ କରିବା ସଙ୍ଗେସଙ୍ଗେ ଆନ୍ଦୋଳନକୁ ସମର୍ଥନ ଦେଇ ସ୍ଳୋଗାନ ଦେଇଥିଲେ । ପରେ ଇଂରେଜ ଶାସନ କାଳରେ ତିଆରି ହୋଇଥିବା ବିଭିନ୍ନ ଆଇନ ସବୁକୁ ପୋଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତି ଭାରତୀ ପଣ୍ଡା, ସ୍ନେହଲତା ଦେବୀ, ବିଦ୍ୟୁତପ୍ରଭା ଯୋଶୀ, ଗୋବିନ୍ଦ ଅଗ୍ରୱାଲ, ଡା.ରାଜକୁମାର ବଡ଼ପଣ୍ଡା, ଦାମୋଦର କର, ମାନସ ରଞ୍ଜନ ବକ୍ସି, ଅରବିନ୍ଦ ନାୟକ, ସୌମିକ ବାବୁ, ରୁଦ୍ର ପ୍ରତାପ ଦ୍ୱିବେଦୀ, ସୁଜିତ ମିଶ୍ର, ନନ୍ଦ କିଶୋର ମିଶ୍ର, ଉପେନ୍ଦ୍ର ଝା, ତୁଷାର ରଞ୍ଜନ ପଣ୍ଡା, ପ୍ରଦୀପ ବେହେରା, ସଞ୍ଜୟ ଚାନ୍ଦ, ପ୍ରଭାତ ଶ୍ରୀବାସ, ଯୁଗଳ ରେଡ୍ଡୀ, ସୁଶୀଲ ମହାରଣା, ଅବଦୁଲ କାଦୀର, ଦୁର୍ଯ୍ୟୋଧନ କ୍ଷେତି, ତୁଷାର ପ୍ରହରାଜ, ଶଶାଙ୍କ ଶେଖର ପାଲ, ଲିଙ୍ଗରାଜ ଦୋରା, ପ୍ରସନ୍ନଜିତ ମିଶ୍ର, ମହେଶ ନାଥ ଓ ପ୍ରଦୀପ ଯୋଶୀ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment