ନିର୍ମାଣାଧୀନ ସ୍ତମ୍ଭ ତଳେ ଆବର୍ଜନାର ସ୍ତୁପ

ସମ୍ବଲପୁର,୨୬/୬- ରେଲୱେ ଓଭର ବ୍ରିଜ (ଆରଓବି) ପାଇଁ ନିର୍ମାଣାଧୀନ କଂକ୍ରିଟ ସ୍ତମ୍ଭର ପାଦଦେଶରେ ଆବର୍ଜନାର ସ୍ତୁପ ଜମା ହୋଇଗଲାଣି । ସ୍ଥାନୀୟ କ୍ଷେତରାଜପୁର ଠାରେ ଲୋକଙ୍କ ସୁବିଧା ପାଇଁ ଓଭର ବ୍ରିଜ ନିର୍ମାଣ ସ୍ଥଳରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ନିବାସୀ ଓ ସମ୍ବଲପୁର ନଗର ନିଗମ ଦୁହେଁ ଦାୟୀ ବୋଲି କୁହାଯାଉଛି । ସେଠାରେ ନିର୍ମାଣକାର୍ଯ୍ୟ ଚାଲୁଥିବାରୁ କିଛି ଅପନ୍ତରା ହେବା ସ୍ୱାଭାବିକ କିନ୍ତୁ ସେ ସ୍ଥାନର ସଫେଇ ପ୍ରତି ନଗର ନିଗମ ଅବହେଳା କରୁଛି, ଯେଉଁଥିପାଇଁ ଆଜି ସେଠାରେ ଆବର୍ଜନା ପଡ଼ିରହିଛି । କିନ୍ତୁ ଏହା କେବଳ ମାତ୍ର ଦିନକର ଆବର୍ଜନା ନୁହେଁ, ଯାହାକି ଏହି ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି । ସ୍ଥାନୀୟ ନିବାସୀ ଉକ୍ତ ସ୍ଥାନକୁ ପରିଷ୍କାର କରି ରଖିବା ପରିବର୍ତ୍ତେ ସେଠାରେ ଆବର୍ଜନା ଆଣି ଫିଙ୍ଗୁଛନ୍ତି । ଏହାଦ୍ୱାରା ସେମାନେ ନିଜ ଅଞ୍ଚଳ କୁ ବିପଦ ଆଡ଼କୁ ଟାଣି ଆଣୁଛନ୍ତି, କାରଣ ସେଠାରେ ଆବର୍ଜନା ଯୋଗୁଁ ଯଦି କୌଣସି ସଂକ୍ରମଣ ବ୍ୟାପିବ ତାହା ସେମାନଙ୍କ ପାଇଁ ବିପଦଜନକ ହେବ ।

Comments (0)
Add Comment