ସମ୍ବଲପୁର,୨୭/୫- ବୁଧବାର ସନ୍ଧ୍ୟା ୭ ଟା ସମୟରେ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି (ନନ୍ଦପଡ଼ା, ଝାଡୁଆପଡା ଓ ମୁଦିପଡା)ର ଏକ ଜରୁରୀ ବୈଠକ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ଜୁନ ୧୧ ଓ ୧୨ ତାରିଖରେ ନନ୍ଦପଡାର ପତ୍ରପେଣ୍ଡି ଓ ନୃସିଂହ ନିୟୁତା ଏବଂ ଜୁନ ୧୩ ଓ ୧୪ ତାରିଖ ରେ ଝାଡୁଆପଡ଼ା ଓ ମୁଦିପଡ଼ାର ପତରପେଣ୍ଡି ଓ ଗୁଆଗୁଣ୍ଡା ସହ ଜୁନ ୧୫ ତାରିଖ ଦିନ ତିନୋଟିଯାକ ପଡ଼ାରେ ଶିବବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା । ଏହିସବୁ କାର୍ଯ୍ୟକ୍ରମ ବିଧି ଅନୁଯାୟୀ ସାମାଜିକ ଦୂରତ୍ୱ ବଜାୟ ରଖି ଅନୁଷ୍ଠିତ ହେବ ବୋଲି ସବୁ କମିଟିମାନେ ନିଷ୍ପତ୍ତି ନେଇଛନ୍ତି । ଜୁନ ୧୬ ତାରିଖରେ ଦର୍ଶନ ଏବଂ ଜୁନ ୧୭ ତାରିଖରେରେ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ସମାପନ ହେବ । ଏ ବର୍ଷ ମଧ୍ୟ ଯାତ୍ରା ପାଇଁ କାହାରି ଠାରୁ କୌଣସି ଅନୁଦାନ ସଂଗ୍ରହ କରାଯିବ ନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତିି ନେଇଛି ଓ ସରକାର ଙ୍କ ଠାରୁ ବିବାହୋତ୍ସବର ଖର୍ଚ୍ଚ ପାଇଁ ସରକାରୀ ଅନୁଦାନ ଯୋଗାଇବାକୁ ଅନୁରୋଧ କରାଯାଇଛି । ଯଦି କୌଣସି ବ୍ୟକ୍ତି ସ୍ୱଇଚ୍ଛାରେ କିଛି ଅନୁଦାନ ଦେବା ପାଇଁ ଆଗ୍ରହୀ ତେବେ ସେ ପଡ଼ାକୁ ଯାଇ କମିଟି ସଦସ୍ୟଙ୍କୁ ନିଜର ଅନୁଦାନ ଦେଇପାରିବେ । ଏହି ବୈଠକରେ ଝାଡୁଆପଡା କମିଟିର ସରୋଜ ଦଳପତି, ସୁଶାନ୍ତ ପୁରୋହିତ, ପାର୍ଥ ସାରଥୀ ମିଶ୍ର, ସରୋଜ ସାହୁ, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅଭିଷେକ ମିଶ୍ର , ନନ୍ଦପଡ଼ା କମିଟିର ଅମୂଲ୍ୟ ମିଶ୍ର, ଫଣି ଭୂଷଣ ମିଶ୍ର,ନସମୀର ବାବୁ,ନସନତ ନନ୍ଦ ଓ ମୁଦିପଡ଼ା କମିଟିର ଖଡ଼ିରତ୍ନ ବେହେରା, ସୁନୀଲ ଦାଶ ଏବଂ ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।