ବିଜେଡି ପର୍ଯ୍ୟବେକ୍ଷକ ଓ ନବନିଯୁକ୍ତ ମହିଳାନେତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ସମ୍ବଲପୁର,୭/୭- ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ଗତ ସନ୍ଧ୍ୟାରେ ସ୍ଥାନୀୟ ଶାନ୍ତି ନଗର କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦକ ଓ ଦଳୀୟ ପ୍ରବକ୍ତା ଡ଼: ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପୁନଃ ନିଯୁକ୍ତ ସମ୍ବଲପୁର ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଇଂ.ନଳିନୀ କାନ୍ତ ପ୍ରଧାନ ଓ ଏହି ଜିଲ୍ଲା ପାଇଁ ନବନିଯୁକ୍ତ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ବନ୍ଦିତା ମିଶ୍ର, ରାଜ୍ୟ ଉପ ସଭାନେତ୍ରୀ କବିତା ପୁରୋହିତ, ସିପ୍ରା ମହାନ୍ତି, ଉଷା ପ୍ରଧାନ, ସମ୍ବଲପୁର ଜୋନ ସଭାନେତ୍ରୀ ସବିତା ଆଚାର୍ଯ୍ୟ, ରାଜ୍ୟ ସମ୍ପାଦିକା ରାଜଲକ୍ଷ୍ମୀ ପ୍ରଧାନ, କଳ୍ପନା ମିଶ୍ର, ରାଜ୍ୟ ଯୁଗ୍ମ ସମ୍ପାଦିକା ସଂଯୁକ୍ତା ମେହେର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଉପସ୍ଥିତ ଦଳୀୟ ନେତୃମଣ୍ଡଳୀ ସମସ୍ତେ ଏକତ୍ରିତ ହୋଇ ସୁସଙ୍ଗଠିତ ଭାବେ ଦଳକୁ ମଜ଼ବୁତ କରିବାକୁ ଡ଼. ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ ଓ ଜିଲ୍ଲା ପାଇଁ ପୁନଃ ନିଯୁକ୍ତ ଦଳୀୟ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ. ନଳିନୀକାନ୍ତ ପ୍ରଧାନ କହିଲେ ସମସ୍ତେ ଏକ ହୋଇ ଦଳୀୟ ସଂଗଠନରେ ସମ୍ବଲପୁର ଜ଼ିଲ୍ଲାକୁ ସୁଦୃଢ଼ କରି ଏକ ନମ୍ବର ଜ଼ିଲ୍ଲା ଭାବେ ଗଢି ତୋଳିବାକୁ ହେବ । ଦଳ ଏକ ବ୍ୟବସ୍ଥା ଓ଼ ସଙ୍ଗଠନ ଏକ ପରିବାର ବୋଲି ବିଜେଡି ଜ଼ିଲ୍ଲା ସଭାପତି ସିଦ୍ଧାର୍ଥ ଦାସ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ପ୍ରବକ୍ତା ସଞ୍ଜୟ ବାବୁ, ବରିଷ୍ଠ ନେତା ଆର୍ତ୍ତତ୍ରାଣ ମିଶ୍ର, ପୂର୍ବତନ ଜ଼ିଲ୍ଲା ସଭାପତି ପ୍ରମୋଦ ରଥ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ବରିଷ୍ଠ ନେତା ବିହାରିଲାଲ ପନସାରୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି, ଛାତ୍ର ବିଜେଡି ସମ୍ବଲପୁର ଜୋନ ସଭାପତି ଦେବାଶିଷ ପରିଡା, ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ସତୀଶ ବିଶି, ରାଜ୍ୟ ସମ୍ପାଦକ ଧର୍ମରାଜ ମରେଈ, ନଗର ସଭାପତି ନିଶାନ୍ତ ବହିଦାର, ଉପ ସଭାପତି ଅମିତାଭ ପରିଡା, ସମ୍ପାଦକ ରମାକାନ୍ତ ସାହୁ, ସମ୍ପାଦକ ନିଶିକାନ୍ତ ବିଶ୍ୱାଳ, ପୂର୍ବତନ ବୁର୍ଲା ନଗର ସଭାପତି ଦେବାଶିଷ ନନ୍ଦ, ବରିଷ୍ଠ ନାରୀନେତ୍ରୀ ଗୁରଜୀନ୍ଦର ସିଂ ଡିଙ୍ଗ୍ରା, ସୁରେଖା ସାହୁ, ଶାନ୍ତିଲତା କର, ଜ୍ୟୋସ୍ନା ପ୍ରଧାନ, ସଂଜୀବ ଷଡ଼ଙ୍ଗୀ, ମାଳତୀ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସଭାଶେଷରେ ମହାନଗର ସଭାପତି ପ୍ରଫୁଲ୍ଲ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment